ପାରାଦୀପରେ ପୁଣି ମାଛ ମଡ଼କ, ଘେରିରେ ଭାସୁଛନ୍ତି କ୍ୱିଣ୍ଟାଲ କ୍ୱିଣ୍ଟାଲ ମଲା ମାଛ

ପାରାଦୀପ : ପାରାଦୀପରେ ପୁଣି ମାଛ ମଡ଼କ । ପିପିଏଲ ରାସ୍ତା ନିକଟ ବଟ ନଦୀ ଘେରିରେ ଭାସୁଛନ୍ତି କ୍ୱିଣ୍ଟାଲ କ୍ୱିଣ୍ଟାଲ ମଲା ମାଛ। ରୋହି, ଭାକୁର, ଚାଇନା କଉ ଆଦି ମାଛ ମରି ଭାସୁଛନ୍ତି । ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଏଭଳି ଦେଖିବାକୁ ମିଳିଛି। ତେବେ କେମିକାଲ ମିଶା ଶୁଖୁଆ ପାଣି, ତାରେଣୀ ଗଡାର ଡ୍ରେନେଜ ପାଣି ସହ ବଟ ନଈର ବାଟ ପୋତି ହୋଇ ଯାଇଥିବାରୁ ପ୍ରତି ବର୍ଷ ଏଭଳି ସମସ୍ୟା ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ମାଛ ମରିବାର ପ୍ରକୃତ କାରଣ ଜଣାପଡିନି।

Spread the love