ରାଜ୍ୟସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନ ମନ୍ତ୍ରୀଙ୍କୁ ଆସିଲା ଧମକପୂର୍ଣ୍ଣ ଫୋନ୍‌ କଲ୍‌

ଜୟପୁର : ରାଜସ୍ଥାନ ବିପର୍ଯ୍ୟୟ ଓ ପରିଚାଳନା ମନ୍ତ୍ରୀ ଗୋବିନ୍ଦ ରାମ ମେଘୱାଲଙ୍କୁ ଆସିିଲା ଧମକପୂର୍ଣ  ଫୋନ କଲ୍। ୭୦ ଲକ୍ଷ ଟଙ୍କା ନଦେଲେ  ଭୟଙ୍କର ପରିଣାମ ଭୋଗିବାକୁ ଧମକ ଦେଇଛନ୍ତି ଜଣେ ବ୍ୟକ୍ତି। ରାଜ୍ୟସଭା ନିର୍ବାଚନ ପୂରବ୍ରୁ ମେଘୱାଲ ଅନ୍ୟ ବିଧାୟକଙ୍କ ସହ ଉଦୟପୁରର ଏକ ରିସର୍ଟରେ ରହିଥିଲେ। ମଙ୍ଗଳବାର ତାଙ୍କୁ ଏକ ଇଣ୍ଟରନେଟ୍ କଲ ମାଧ୍ୟମରେ ଏଭଳି ଧମକ ଦିଆଯାଇଥିବା ସେ ପୁଲିସ ପାଖରେ ଅଭିଯୋଗ କରିଛନ୍ତି।ଖବର ସରବରାହ ସଂସ୍ଥା ପିଟିଆଇ ରିପୋର୍ଟ ଅନୁସାରେ, ଫୋନ୍‌ କରିଥିବା ବ୍ୟକ୍ତି ନିଜକୁ ସୋପୁ ଗିରୋହର ସଦସ୍ୟ ବୋଲି କହିବା ସହ ମନ୍ତ୍ରୀଙ୍କୁ ୭୦ ଲକ୍ଷ ଟଙ୍କା ମାଗିଥିଲେ। ଏନେଇ ବିକାନେର ଏସପି ଗୌରବ ଯାଦବ ପିଟିଆଇକୁ ସୂଚନା ଦେଇଛନ୍ତି ଯେ ମେଘୱାଲଙ୍କ ପିରବାରଙ୍କୁ ମଧ୍ୟ ଏଭଳି ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିଛି। ଆଇଜି ଓମ୍ପ୍ରକାଶ ସୂଚନା ଦେଇଛନ୍ତି ଯେ ଏହି ଫୋନ୍‌ କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି। ଅନ୍ୟପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ  ଗତକାଲି  ଜୟପୁରରେ ପହଞ୍ଚି ପୁଣିଥିରେ କହିଛନ୍ତି ଯେ ବିଜେପି ରାଜ୍ୟସଭା ନିର୍ବାଚନ ପୂର୍ବରୁ ଘୋଡା ବ୍ୟପାର କରିବାକୁ ଚେଷ୍ଟା କରୁଛି। ଏହା ସହ ପ୍ରଶ୍ନ କରିଛନ୍ତି ଯେ ସୁଭାଷ ଚନ୍ଦ୍ରାଙ୍କ ପ୍ରାର୍ଥୀତ୍ୱକୁ ଦଳ କାହିଁକି ସମର୍ଥନ କରୁଛି ଯେତେବେଳେ କି ଜିତିବା ପାଇଁ ଦଳ ପାଖରେ ଆସଶ୍ୟକ ସଂଖ୍ୟା ନାହିଁ।

Spread the love