ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ମୃତ

ଖୋର୍ଦ୍ଧା ୦୨।୧୧ : ଖୋର୍ଦ୍ଧା ବୋଲଗଡ଼ ପଞ୍ଚୁକୋଟର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର୍‌ ଓ ଟ୍ରକ ଧକ୍କାରେ ୩ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଲତାଡ଼ ଆରମ୍ଭ କରିଛି । ଖବର ଅନୁଯାୟୀ, ଏକ କାର୍‌ ଭୁବନେଶ୍ୱରରୁ ନୟାଗଡ଼ ଅଭିମୁଖେ ଯାଉଥିଲା । ଏହି ସମୟରେ ବିପରୀତ ଦିଗରୁ  ଆସୁଥିବା ଟ୍ରକଟି ୫୭ ନମ୍ବର ଜାତୀୟ ରାଜପଥ ବୋଲଗଡ଼ ନିକଟସ୍ଥ ପଞ୍ଚୁକୋଟ ଠାରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ମୋଟ ତିନି ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଖବର ପାଇ ବୋଲଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହକୁ ଜବତ କରିଛି ।

Spread the love