ପୋଲିସ ଉପସ୍ଥିତରେ ତିନି ଜଣଙ୍କୁ ପିଟିପିଟି ମାରିଦେଲେ

ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି।  ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି ଯେ କିଛି ଲୋକ ସଙ୍ଗବଦ୍ଧ ଭାବେ ଜଣେ ସଂଥଙ୍କୁ ପିଟି ପିଟି ମାରି ଦେଉଛନ୍ତି। ଏହି ଦୃଶ୍ୟ ଏତେ ଭୟାନକ ଥିଲା ଯେ ଯାହା ଆମେ ଚାହିଁଲେ ବି ପାଠକଙ୍କୁ ଦେଖେଇ ପାରିବୁନି।  କାରଣ ଏଥିପାଇଁ ଯେ, ସାଧାରଣ ଲୋକ କିମ୍ବା  ହୃଦରୋଗୀ  ଦେଖି ପାରିବେ ନାହିଁ।  ଏ ଦୃଶ୍ୟ କାହାକୁ ବି ବିଚଳିତ କରିପାରେ। ପୋଲିସ ଉପସ୍ଥିତି ରେ  ଏହା ହେଉଥିଲା। ସଂଥ ଜଣକ ବଂଚିବା ପାଇଁ ପୋଲିସ ଚାରିପଟେ ବୋଲୁଛନ୍ତି । କୌଣସି  ପ୍ରକାରେ ପୋଲିସ ତାଙ୍କୁ  ନରରାକ୍ଷସ ମାନଙ୍କ କବଳରୁ  ତାଙ୍କୁ ରକ୍ଷା କରୁ । ହେଲେ ପୋଲିସ ସେମିତି କିଛି କରିଲ।ନାହିଁ। ଓଲଟି ପିଟି ପିଟି ମାରିଦେବାକୁ ଲୋକଙ୍କ ଗହଳିକୁ ଠେଲିଦେଲା। ଏ ଦୃଶ୍ୟ ସଠିକ କେଉଁଠି ଜଣା ପଡିନଥିଲେ ବି , ସ୍ପଷ୍ଟ ହିନ୍ଦୀ ଭାଷା ଶୁଣିବାକୁ ମିଳୁଛି। କେହିଜଣେ ଦୟାବ।ନ ଲୋକ କହୁଛନ୍ତି ବାସ, ବାସ, …., ମର ଯାଏଗ।, ହେଲେ କେହି ଶୁଣିବାକୁ ନାରାଜ। ସଂଥଙ୍କୁ ପିଟିପିଟି ମାରିଦେଲେ। କେବଳ ଜଣେ ନୁହେଁ ୩ ଜଣକୁ ପିଟି ପିଟି ମ।ରିଦେଇଥିବା ଜଣାପଡିଛି।

ଆମର ଏ ତଥ୍ୟ କାହାକୁ ଉତ୍ତେଜିତ କରିବା ଲକ୍ଷ୍ୟ ନେଇ ଉପସ୍ଥାପିତ ହୋଇନି। ଯଦି କାହାକୁ ସେମିତି ଲାଗେ ତାହେଲେ ଆମେ କ୍ଷମା ଚାହୁଁଛୁ। ଆମର ଉଦେଶ୍ୟ ପ୍ରଶାସନ ଓ ଲୋକଙ୍କ ନିକଟରେ ଏହି ସମ୍ବାଦ ପହଂଚୁ। ଏମିତି ପଶୁ  ପ୍ରବୃତ୍ତିର  ଭଲ ମଣିଷଙ୍କୁ ଦଣ୍ଡ ମିଳୁ। 

ବିଡ଼ିଓ ତଳେ ମହାରାଷ୍ଟ୍ରର  ଘଟଣା ବୋଲି ଲେଖା ଯାଇଛି। ମହାରାଷ୍ଟ୍ରର  ପାଳଧର୍ ଜିଲ୍ଲାରେ ଏହି ଘଟଣା।  ପୋଲିସ ଉପସ୍ଥିତି ସତ୍ତେ ଦୁଇ ଜଣ ସଂସ୍ଥ୍ ଙ୍କ ସହିତ ତାଙ୍କ ଡ୍ରାଇଭର କୁ ସଂଘବଦ୍ଧ ଭାବେ ହତ୍ୟା କରିଦେଲେ। 

 ସ୍ଥାନୀୟ ଜିଲ୍ଲାପଳ କୈଲାଶ ସିନ୍ଦେ କହିଛନ୍ତି, “ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍‌ ଏହି ଆକ୍ରମଣର ଶିକାର ହୋଇଥିବା ଲୋକଙ୍କୁ ଗାଡ଼ିକୁ ଆଣିବାକୁ ଚେଷ୍ଟା କରୁଥିବା ସମୟରେ ମଧ୍ୟ ଆକ୍ରମଣ ହୋଇଥିଲା। ଶେଷରେ ଅତି କଷ୍ଟରେ ପୁଲିସ୍‌ ସେମାନଙ୍କୁ ହସ୍ପିଟାଲ ଆଣି ପାରିଥିଲା, କିନ୍ତୁ ସେଠାରେ ସେମାନେ ପ୍ରାଣ ହରାଇଥିଲେ। ବର୍ତ୍ତମାନ ତଦନ୍ତ ଜାରି ରହିଛି ଏବଂ ୧୧୦ ଜଣଙ୍କୁ ଅଟକ ରଖାଯାଇଛି।”

ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ କହିଛନ୍ତି, “ଭିଜୁଆଲ୍ ଗୁଡ଼ିକୁ ଦେଖି ପାଲଘର୍ ମୋବ୍‌ ଲିଞ୍ଚିଂ ଘଟଣା ଆଶ୍ଚର୍ଯ୍ୟଜନକ ଏବଂ ଅମାନବୀୟ ମନେ ହେଉଛି। ବିଶେଷ କରି ଯେତେବେଳେ ଆମେ ଅନ୍ୟ ଏକ କଠିନ ସମୟ ଦେଇ ଗତି କରୁଛୁ ଏହା ଅଧିକ ବିବ୍ରତ କରୁଛି। ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ଯେ ତୁରନ୍ତ ଏକ ଉଚ୍ଚ ସ୍ତରୀୟ ଅନୁସନ୍ଧାନ ସ୍ଥାପନ କରନ୍ତୁ ଏବଂ ନିଶ୍ଚିତ କରନ୍ତୁ। ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଶୀଘ୍ର ଦଣ୍ଡିତ କରାଯାଉ।”

Spread the love