ଟଏଲେଟରେ ପରଷା ଯାଉଛି ସ୍ୟାଣ୍ଡୱିଚ୍ ଓ କଫି ; ଉତ୍ସାହର ସହ ଖାଇବାକୁ ଆସନ୍ତି ଗ୍ରାହକ

ବ୍ରିଷ୍ଟଲ ୨୫/୦୮ : ଦୁନିଆରେ ଅନେକଗୁଡିଏ ଅଦ୍ଭୁତ ସ୍ଥାନ ରହିଛି, ଯାହା ବିଷୟରେ ଶୁଣି ଆଶ୍ଚର୍ଯ୍ୟ ଲାଗିବ । ଯାହାକି ଭାବନାର ବାହାରେ । ହେଲେ ବ୍ରିଟେନରେ ଗୋଟିଏ ସ୍ଥାନ ରହିଛି ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ । ତାହା କୌଣସି ପର୍ଯ୍ୟଟନ ସ୍ଥାନ ନୁହେଁ କି ମଲ୍ ନୁହେଁ ବରଂ କ୍ଲୋକରୁମ୍ କାଫେ । ଏହି କାଫେ ଟି ଐତିହାସିକ ସ୍ଥାପତ୍ୟ ଏବଂ ଆଧୁନିକ ଡିଜାଇନ୍ ଦ୍ବାରା ନିର୍ମିତ । ଏଥିପାଇଁ କାଫେଟି ଲୋକଙ୍କୁ ଆକର୍ଷିତ କରିଥାଏ । ଯିଏ ଏଠାକୁ ଆସେ, ସେ ପରବର୍ତ୍ତୀ ସମୟରେ ପୁଣି ଥରେ ଆସିବାକୁ ବାଧ୍ୟ ହୋଇଥାଏ ।

ତେବେ ବ୍ରିଟେନର ବ୍ରିଷ୍ଟଲରେ ଥିବା କ୍ଲୋକରୁମ୍ କାଫେ ପରିଦର୍ଶନ କରୁଥିବା ଲୋକମାନେ ଏଠାକୁ ଇତିହାସର ଲୁକ୍ ଦେଖିବାକୁ ଆସନ୍ତି l ୧୯୦୪ ମସିହାରେ ନିର୍ମିତ ଏକ ପବ୍ଲିକ୍ ଟଏଲେଟ୍‌ରେ ବର୍ତ୍ତମାନ ଏକ କାଫେ ଖୋଲାଯାଇଛି । ବିଶେଷ କରି ଏହି ଟଏଲେଟ୍ ନିର୍ମିତ କାଫେକୁ ଆସୁଥିବା ଲୋକମାନେ ଏଠାରେ ଉତ୍ସାହର ସହିତ ଖାଇବା ପିଇବାକୁ ପସନ୍ଦ କରନ୍ତି ।

ତେବେ ଏହି କଫି ହାଉସ୍ ବ୍ରିଷ୍ଟଲର ସ୍ଥିତ ଉଡ୍‌ଲ୍ୟାଣ୍ଡ ରୋଡରେ ଅବସ୍ଥିତ । ଯେଉଁ ବିଲ୍ଡିଂରେ କାଫେ ନିର୍ମିତ ହୋଇଛି ତାହା ବିଂଶ ଶତାବ୍ଦୀର ପ୍ରାରମ୍ଭରେ ନିର୍ମିତ ହୋଇଥିଲା । ୧୯୦୪ ମସିହାରେ ନିର୍ମିତ ଏହି କୋଠାକୁ ୨୦୧୭ ରେ ଏକ କାଫେରେ ପରିଣତ କରାଯାଇଥିଲା । ଯେଉଁ ବିଲ୍ଡିଂରେ କାଫେ ନିର୍ମିତ ହୋଇଛି ତାହା ପ୍ରକୃତରେ ଏକ ପବ୍ଲିକ୍ ଟଏଲେଟ୍  ଏବଂ ରେଷ୍ଟ ରୁମ୍ ଥିଲା । ଆଲଫ୍ରେଡ ଫିଟଜ୍ଗାରଲ୍ଡ ନାମକ ଜଣେ ବ୍ୟକ୍ତି ଏହି କୋଠାକୁ ଏତେ ପସନ୍ଦ ଆସିଥିଲା ଯେ ନିଲାମ ସମୟରେ ସେ ଏହାକୁ ୨ କୋଟି ଟଙ୍କାରେ କିଣି ନେଇ ଥିଲେ। ୩୮ ବର୍ଷୀୟ ଆଲଫ୍ରେଡ୍ କହିଛନ୍ତି ଯେ କାଫେ ଖୋଲିବା ପାଇଁ ତାଙ୍କର କୌଣସି ପ୍ରକାରର ଯୋଜନା ନଥିଲା, କିନ୍ତୁ ସେ ଏହି ସ୍ଥାନକୁ ଏତେ ପସନ୍ଦ କରିଥିଲେ ଯେ ସେ ଏଠାରେ ଏକ କଫି ହାଉସ୍ ଖୋଲି ଦେଇଥିଲେ।

ତେବେ ଏହି ସ୍ଥାନର ଅନ୍ୟାନ୍ୟ ବୈଶିଷ୍ଟ୍ୟ ହେଉଛି ଏହା ୧୦୦ ବର୍ଷରୁ ଅଧିକ ପୁରୁଣା ଟାଇଲ୍ କାନ୍ଥ ରହିଛି ।  ମୋନୋକ୍ରୋମ୍ ଫ୍ଲୋରିଙ୍ଗ ଏବଂ ୱିଷ୍ଟୋରିଆନ୍ ହାଇ ଟ୍ୟାକ୍ସ ସହିତ କାଠର ଛାତ ରହିଛି । ସେଠାରେ ବସିଲେ ଇତିହାସର ଏକ କୋଣରେ ବସି କଫି ଉପଭୋଗ କରୁଥିବାର ଅନୁଭବ କରିହେବ । ଏହି ସ୍ଥାନରେ  ହ୍ୟାଙ୍ଗିଙ୍ଗ୍ ପ୍ଲାଣ୍ଟ୍, ଲୋ ଲାଇଟ୍ ଏବଂ ଗ୍ଲାସ୍ କାଉଣ୍ଟର୍ଟପ୍ ସାହାଯ୍ୟରେ ଏହାକୁ ଆଧୁନିକ ରୂପ ଦିଆଯାଇଛି । ବ୍ରିଷ୍ଟଲରେ ରହୁଥିବା ବୟସ୍କ ଲୋକମାନେ ଏହି ସ୍ଥାନ ଦେଖି ପୁରୁଣା ସ୍ମୃତିକୁ ଉପଭୋଗ କରନ୍ତି । ଏହା ଏକ ସୁନ୍ଦର କୋଠରୀରେ ରେଷ୍ଟ ରୁମ୍  ନିର୍ମିତ ହୋଇଥିଲା । ସେହି ଯୁଗର ଅଧିକାଂଶ ପବ୍ଲିକ୍ ଟଏଲେଟ୍ ଭାଙ୍ଗିଯାଇଛି । କିନ୍ତୁ ଏହି ଟଏଲେଟ୍ ଆଜି ବି ଚର୍ଚ୍ଚାରେ ଅଛି । କଫି ଏବଂ ସତେଜ ସାଣ୍ଡୱିଚର ବାସ୍ନା ସେହି ଅଞ୍ଚଳରେ ଖେଳାଇ ହୋଇଯାଇଥାଏ । ଫ୍ରେସ୍‌ କଫି ବିନ୍ସ, ଜୁସ, ଅର୍ଗାନିକ୍ ମିଲ୍କ, ବେକ୍ସ ବ୍ରେଡ୍ ଏବଂ ହ୍ୟାନ୍ଡମେଡ୍ ସାଣ୍ଡୱିଚ୍ ଏହି କାଫେର ଖାସ୍ କରି ତିଆରି କରାଯାଏ ।

Spread the love