ଅନୁଗୁଳରେ ପୁଣି ଏକ ବାଘର ମୃତ୍ୟୁ

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ) :  ଅନୁଗୁଳ ଜିଲ୍ଲାରେ ପୁଣି ଏକ ବାଘର ମୃତ୍ୟୁ ହୋଇଛି । ପାଲଲହଡା ଅଞ୍ଚଳରେ ଆଜି ଏକ କଲରାପତରିଆ ବାଘ ମରି ପାଣିରେ ଭାସୁଥିବା ଦେଖା ଦେଇଛି । ରେଙ୍ଗାଲି ଜଳ ଭଣ୍ଡାରର ମାଙ୍କଡ଼ଚୁଆ ଗାଁ ନିକଟ ପାଣିରେ ଏହି କଲରାପତରିଆ ବାଘର ମୃତ ଦେହ ଭାସୁଥିବା ଆଜି ସକାଳେ ଗାଁ ଲୋକ ଦେଖିବାକୁ ପାଇଥିଲେ  ।
ଗାଁ ଲୋକ ବାଘ ମରି ଭାସୁଥିବାର ଦେଖି ବନ ବିଭାଗକୁ ଖବର ଦେଇଥିଲେ ।
ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ବାଘ ମୃତ୍ୟୁର କାରଣ ଜଣା ପଡି ନାହିଁ । ଶବ ବ୍ୟବଛେଦ କରାଯିବା ଏବଂ ତଦନ୍ତ ପରେ ହିଁ ବାଘର କିଭଳି ଏବଂ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ତାହା ସ୍ପଷ୍ଟ ହେବ ବୋଲି ଖମାର ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଏଠାରେ ସୂଚନାଯୋଗ୍ୟ ଯେ କିଛିଦିନ ତଳେ ସାତକୋଶିଆ ଅଭୟାରଣ୍ୟ କୁ ଅଣା ଯାଇଥିବା ମହାବଳ ବାଘର ମଧ୍ୟ ଅସ୍ୱବାଭିକ ମୃତ୍ୟୁ ହୋଇଥିଲା ।
Spread the love