ଏସ୍‌ଟିଏଫ୍‌ ପଞ୍ଝାରେ ଆଉ ଜଣେ ବାଘଛାଲ ବେପାରୀ

ଏସ୍‌ଟିଏଫ୍‌ ପଞ୍ଝାରେ ଆଉ ଜଣେ ବାଘଛାଲ ବେପାରୀ । ଗିରଫ ବେପାରୀ ହେଲେ ଶାସଙ୍ଗବେଡା ଗାଁର ପୂର୍ଣ୍ଣଚନ୍ଦ୍ର ମାଝୀ । ଘଟଣାରେ ପୂର୍ବରୁ ୨ ଜଣ ଗିରଫ ହୋଇଥିଲେ । ବାରିପଦା ରାସ୍ତାର ବିସିପୁର ଛକ ନିକଟରେ ମହାବଳ ବାଘଛାଲ ବିକ୍ରି ପାଇଁ ଡ଼ିଲ ଚାଲିଥିବା ବେଳେ ଚଢାଉ କରିଥିଲା ଏସ୍‌ଟିଏଫ୍‌ । ଏଥିରେ ଜଣେ ଗିରଫ ହୋଇଥିବା ବେଳ ବାକି ଦୁଇ ଜଣ ଫେରାର୍‌ ହୋଇଯାଇଥିଲେ । ପର ଦିନ ମାଷ୍ଟରମାଇଣ୍ଡ ଫାଗୁ ହାଁସଦାକୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ବେଳେ ଆଜି ପୁଣି ଜଣେ ବେପାରୀକୁ ଗିରଫ କରିଛି ଏସଟିଏଫ । ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ଏସଟିଏଫ୍‌ ।

Spread the love