ରାଜଧାନୀରେ ୭ରୁ ପୁଣି ୧୮+ ଟିକାକରଣ

ଭୁବନେଶ୍ୱର ୦୫।୦୬: ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ଟିକାକରଣରେ ବିଭିନ୍ନ ବର୍ଗଙ୍କୁ ସାମିଲ କରିଛି ବିଏମସି। ଏହି ପ୍ରକ୍ରିୟାକୁ ସୋମବାର ଠାରୁ ଅଧିକ ବ୍ୟାପକ କରାଯିବ। ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ମଧ୍ୟରେ ଟିକାକରଣକୁ ନେଇ ଚିନ୍ତା ବଢିଛି।

ସୋମବାର ବା ମଙ୍ଗଳବାର ଠାରୁ ଅଗ୍ରାଧିକାର ଓ ପ୍ରାଥମିକତା ଭିତ୍ତିରେ ଡୋଜ୍ ସହ ସ୍ଲଟ ବୁକିଂ କରାଯିବ। ରାଜ୍ୟସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଖୁବଶୀଘ୍ର ସମସ୍ତଙ୍କୁ ଟିକାକରଣରେ ସାମିଲ କରାଯିବ। ସୋମବାର ଠାରୁ ଅକ୍ସିଜେନ୍ କନସେନଣ୍ଟ୍ରେଟର୍ ଆପ୍ ମାଧ୍ୟମରେ ବୁକ୍ କରିପାରିବେ ଓ ତାହାର ବ୍ୟବହାର ସମ୍ପର୍କରେ ସୂଚନା ଦିଆଯିବ। ୧୯୨୯ ନମ୍ବରରେ କଲ୍ କରି ଏ ସଂପର୍କରେ ସୂଚନା ପାଇପାରିବେ। ଏଥିପାଇଁ ସ୍ବତନ୍ତ୍ର ବ୍ୟକ୍ତିବିଶେଷଙ୍କୁ ତାଲିମ ଇତିମଧ୍ୟରେ ସେମାନଙ୍କୁ ତାଲିମ ଦିଆଯାଇଛି। ବର୍ତ୍ତମାନ ବିଏମସି ପକ୍ଷରେ୧୦୦ଟି ଅକ୍ସିଜେନ କନସେନଣ୍ଟ୍ରେଟର ପହଞ୍ଚିଛି। ଆବଶ୍ୟକ ସ୍ଥଳେ ଏହି ସଂଖ୍ୟା ବୃଦ୍ଧି କରାଯିବ। ରୋଗୀଙ୍କ ସମ୍ପର୍କରେ ସମ୍ପର୍କୀୟଙ୍କୁ ତଥ୍ୟ ଯୋଗାଇବାକୁ ହେଲ୍ପ ଡେସ୍କ ସ୍ଥାପନ କରାଯାଇଛି।

Spread the love