ଗ୍ରୀଷ୍ମପ୍ରବାହ ଯୋଗୁଁ ସ୍କୁଲ ସମୟର ପରିବର୍ତ୍ତନ

ଆଜି ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମପ୍ରବାହକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଏଥିରେ ସ୍ବତନ୍ତ୍ର ରିଲିଫ ଆୟୁକ୍ତଙ୍କ ସମେତ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଅନ୍ୟ ବିଭାଗର ଅଧିକାରୀ ଯୋଗଦେବେ।

ଏହି ବୈଠକରେ ଗ୍ରୀଷ୍ମପ୍ରବାହକୁ ନେଇ ସରକାରୀ ସ୍ତରରେ ପ୍ରସ୍ତୁତି ଏବଂ ଆଗାମୀ ପଦକ୍ଷେପ ସମ୍ବନ୍ଧରେ ସମୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ୧୮ରେ ଦୋଳ ପୂର୍ଣ୍ଣିମା ଓ ୧୯ରେ ହୋଲି ରହିଛି । ୨୦ରେ ରବିବାର ଥିବାରୁ ୨୧ରୁ ବିଦ୍ୟାଳୟ ସକାଳୁଆ କରିବାକୁ ସରକାରୀ ସ୍ତରରେ ଯୋଜନା କରାଯାଇଛି। ତେବେ ଏନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇନି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ବିଦ୍ୟାଳୟ ନବମ ଶ୍ରେଣୀରୁ +୨ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କର ପୂର୍ବାହ୍ନ ୧୦ଟାରୁ ପାଠପଢା ଆରମ୍ଭ ହେଉଥିବାବେଳେ ଅପରାହ୍ଣ ୪ଟାରେ ଶେଷ ହେଉଛି । ସେହିପରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପୂର୍ବାହ୍ନ ୧୦ଟାରୁ ପାଠପଢା ଆରମ୍ଭ ହୋଇ ଅପରାହ୍ଣ ୧ଟାରେ ଶେଷ ହେଉଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ସମୟ ସକାଳୁଆ କରିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି। ଏନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

 

Spread the love