ତୁମେ ଦେବତା ମୋର…ସ୍ୱାମୀଙ୍କ ମୃତ୍ୟୁ ପରେ ପ୍ରତିମୂର୍ତ୍ତି ସ୍ଥାପନ କରି ପୂଜା କରୁଛନ୍ତି ସ୍ତ୍ରୀ

ଆନ୍ଧ୍ରପ୍ରଦେଶ ୧୪/୦୮: ତୁମେ ହିଁ ସ୍ୱର୍ଗ, ତୁମେ ଦେବତା ମୋର । ଦେବାଦେବୀଙ୍କ ପ୍ରତିମୂର୍ତ୍ତିକୁ ପୂଜା କରାଯାଉଥିବା ହୁଏତ ସମସ୍ତେ ଶୁଣିଥିବେ । କିନ୍ତୁ କେବେ ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ମୂର୍ତ୍ତି କରି ପୂଜା କରୁନଥିବା ଶୁଣିନଥିବେ । କିନ୍ତୁ ଏହା ବାସ୍ତବରେ ସତ କଥା । ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ମନ୍ଦିରରେ ପ୍ରତିମୂର୍ତ୍ତି କରି ପୂଜା କରିଛନ୍ତି । ଆନ୍ଧ୍ରପ୍ରଦେଶ ପ୍ରକାଶମ ଜିଲ୍ଲାର ଜଣେ ମହିଳା ଏକ ମନ୍ଦିର ନିର୍ମାଣ କରିଛନ୍ତି ଯେଉଁଠାରେ ସେ ତାଙ୍କ ସ୍ୱାମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି ।

ମହିଳା ଜଣକ କହିଛନ୍ତି ଯେ ଏହା ତାଙ୍କ ସ୍ୱାମୀଙ୍କ ସ୍ମୃତିକୁ ବଞ୍ଚାଇ ରଖିବା ପାଇଁ ଏପରି କରୁଛନ୍ତି । ରାଜ୍ୟର ପ୍ରକାଶ ଜିଲ୍ଲାରେ ଏହି ମନ୍ଦିର ନିର୍ମାଣ କରାଯାଇଛି । ଖାଲି ସେତିକି ନୁହେଁ ସେ ତାଙ୍କ ସ୍ୱାମୀଙ୍କୁ ପୂଜା କରୁଥିବା ଭିଡିଓ ବି ଏବେ ଭାଇରାଲ ହେବାରେ ଲାଗିଛି । ପଦ୍ମାବତୀ କୁହନ୍ତି, ତାଙ୍କ “ସ୍ୱାମୀ ସ୍ଥାନୀୟ ମନ୍ଦିରରେ ୧୩ ବର୍ଷ ଧରି କାମ କରିଥିଲେ । ଏପରିକି ଗ୍ରାମବାସୀ ମଧ୍ୟ ଦର୍ଶନ ପାଇଁ ମନ୍ଦିରକୁ ଆସନ୍ତି । ଆଉ ତାଙ୍କ ବିୟୋଗ ପରେ ତାଙ୍କ ସ୍ମୃତିକୁ ଉଦ୍ଜୀବିତ କରିବାକୁ ଏଭଳି କିଛନ୍ତି ।

Spread the love