ସମୟ ଅନୁଯାୟୀ ଖାଦ୍ୟ ଗ୍ରହଣ

ଆଜିର ବ୍ୟସ୍ତବହୁଳ ଜୀବନ ଭିତରେ ନିଜର ବିଶ୍ରାମ ଏବଂ ଖାଦ୍ୟପେୟରେ ଧ୍ୟାନ ଦେଇପାରେନା ।ସେଥିପାଇଁ ଅନେକ ରୋଗକୁ ସାମ୍ନା କରେ।ତେଣୁ ସୁସ୍ଥ ରହିବା ପାଇଁ ଆମକୁ ପ୍ରତିଦିନ ସନ୍ତୁଳିତ ଆହାରର ସେବନ କରିବାକୁ ପଡିଥାଏ। ଭିଟାମିନ ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଶରୀରକୁ ଆବଶ୍ୟକ ପରିମାଣର ଶକ୍ତି ମିଳିଥାଏ। କିନ୍ତୁ ଖାଦ୍ୟକୁ ସର୍ବଦା ସଠିକ ସମୟ ଖାଇବା ଦ୍ବାରା ଠିକ ଭାବେ ଭିଟାମିନ ଶରୀରକୁ ମିଳିଥାଏ। ବେଳେବେଳେ ଆମେ ଭୁଲ ସମୟରେ କିଛି ଖାଦ୍ୟ ପଦାର୍ଥ ଖାଇବା ଦ୍ବାରା ତାର କୁପ୍ରଭାବ ଶରୀର ଉପରେ ପଡିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ କେଉଁ ସମୟରେ ଖାଇବା ଉଚିତ ..
କ୍ଷୀର :

କ୍ଷୀରରେ ପ୍ରଚୁର ପରିମାଣରେ ପ୍ରୋଟିନ ରହିଛି। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।  ଏହାକୁ ଦିନରେ ପିଇବା ଦ୍ବାରା ଅଳସୁଆ ଅନୁଭବ ହୋଇଥାଏ। ତେଣୁ କ୍ଷୀରକୁ ରାତିରେ ପିଇବା ଦ୍ବାରା ସଠିକ ଭାବେ ନିଦ ହୋଇଥାଏ। ଏହାସହ ହଜମ ମଧ୍ୟ ଠିକ ଭାବେ ହୋଇଥାଏ।
ଦହି :

ରାତିରେ ଦହି ଖାଇବାକୁ ବାରଣ କରାଯାଇଛି। କାରଣ ରାତିରେ ଦହି ଖାଇବା ଦ୍ବାରା ଶରୀରର ଉଷ୍ମତା ବୃଦ୍ଧି ହୋଇଥାଏ। ଯାହାଦ୍ବାରା ଏସିଡିଟି ସମସ୍ୟା ସୃଷ୍ଟି ହୋଇଥାଏ। ଏହାସହ ରାତିରେ ଦହି ଖାଇବା ଦ୍ବାରା ଥଣ୍ଡା ହେବା ସହ କଫ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଦହିକୁ ଦିନରେ ଖାଇବା ଦ୍ବାରା ଶରୀରକୁ ସଠିକ ପରିମାଣରେ ପୋଷକତତ୍ତ୍ବ ମିଳିଥାଏ। ଏହାସହ ହଜମ କ୍ରିୟା ସଠିକ ଭାବେ ହୋଇଥାଏ।
ଗ୍ରୀନ ଟି :

ଗ୍ରୀନ ଟି ପିଇବା ଦ୍ବାରା ଶରୀରକୁ ସତେଜ ଅନୁଭବ ହୋଇଥାଏ। ଏହା ଶରୀର ପାଇଁ ଉପକାରୀ ଅଟେ। କିନ୍ତୁ ଏହାକୁ ଠିକ ସମୟରେ ନ ପିଇବା ଦ୍ବାରା ଏସିଡିଟି ହୋଇଥାଏ। ତେଣୁ ସର୍ବଦା ସକାଳ ସମୟରେ ଗ୍ରୀନ ଟି ପିଇବା ଉଚିତ।
ସେଓ :

ଉତ୍ତମ ସ୍ବାସ୍ଥ୍ୟ ପାଇଁ ସମସ୍ତେ ସେଓ ଖାଇ ଥାଆନ୍ତି। ଏହାକୁ ଠିକ ସମୟରେ ନ ଖାଇବା ଦ୍ବାରା ପାକସ୍ଥଳୀରେ ଏସିଡର ପରିମାଣ ବୃଦ୍ଧି ହୋଇଥାଏ। ବିଶେଷ କରି ସେଓକୁ ରାତିରେ ଖାଇବା ଉଚିତ ନୁହେଁ। ଏହାକୁ ରାତିରେ ଖାଇବା ଦ୍ବାରା ଶରୀରରେ ଅମ୍ଳତ୍ବ ବୃଦ୍ଧି ପାଇଥାଏ। ତେଣୁ ଦିନ ବେଳା ସେଓ ଖାଆନ୍ତୁ।

କଦଳୀ :

ସାଧାରଣତଃ ରାତିରେ କଦଳୀ ଖାଇବା ଦ୍ବାରା ଥଣ୍ଡା ଓ କଫ ସମସ୍ୟା ସୃଷ୍ଟି ହୋଇଥାଏ। ଏହାସହ ଖାଲି ପେଟରେ କଦଳୀ ଖାଇବା ଦ୍ବାରା ପାକସ୍ଥଳୀରେ ସମସ୍ୟା ଦେଖା ଦେଇଥାଏ। ଦିନ ବେଳେ କଦଳୀ ଖାଇବା ଉଚିତ। କାରଣ ଏହା ଦିନରେ ସଠିକ ଭାବେ ହଜମ ହୋଇପାରେ। ଏହାସହ ଛାତି ଜଳାପୋଡା ସମସ୍ୟାରୁ ମୁକ୍ତି ଦେଇଥାଏ।

ଖିର :

ଖିରରେ ପ୍ରୋଟିନ୍, କ୍ୟାଲସିୟମ୍, ଭିଟାମିନ୍ ବି ଏବଂ ଅନେକ ପୋଷକ ତତ୍ତ୍ବ ରହିଥାଏ। ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।ଏକ କପ୍ ଖିରରେ ୯୦% କ୍ୟାଲୋରୀ ରହିଥାଏ ଏବଂ ଏକ କପ୍ ଖିରରେ ୯ ଗ୍ରାମ ପ୍ରୋଟିନ୍ ରହିଥାଏ।

ଦହି :

 ଦହିରେ ଭିଟାମିନ୍ ଏ, ଡି ଏବଂ ବି-୧୨, ପ୍ରୋଟିନ୍ ଓ କ୍ୟାଲସିୟମ ରହିଥାଏ। ଦହିରେ ଅଧିକ ମାତ୍ରାରେ ଲାକ୍ଟୋଜ ଥିବାରୁ ଏହା ପାଚନ କ୍ଷମତାକୁ ବୃଦ୍ଧି କରାଇବାରେ ସହାୟକ ହୋଇଥାଏ। ଯେଉଁମାନଙ୍କ ପାଚନ କ୍ରିୟା ଦୁର୍ବଳ, ସେମାନେ ଖିର ପରିବର୍ତ୍ତେ ଦହି ସେବନ କରିବା ଉଚିତ୍। ଏହି କାରଣରୁ ସୁସ୍ଥ ଶରୀର ପାଇଁ ଖିର ଠାରୁ ଅଧିକ ଦହି ଉପକାରୀ।ଦହିରେ ଅଧିକ ମାତ୍ରାରେ କ୍ୟାଲସିୟମ ଥିବାରୁ ଦାନ୍ତ ଓ ହାଡ ଅଧିକ ମଜବୁତ ହୋଇଥାଏ। ନିୟମିତ ଦହି ସେବନ କରିବା ଦ୍ବାରା ଅଷ୍ଟିଓପୋରୋସିସ ଭଳି ରୋଗ ହେବାର ଆଶଙ୍କା କମ୍ ଥାଏ ।
ଏକ କପ୍‌ ଦହିରେ ୯୮% କ୍ୟାଲୋରୀ ରହିଥିବା ବେଳେ ଏକ କପ୍‌ ଦହିରେ ୧୧ ଗ୍ରାମ ପ୍ରୋଟିନ୍ ରହିଥିବା କାରଣରୁ ଏହା ଖିର ଠାରୁ ଅଧିକ ଲାଭଦାୟକ ବୋଲି କୁହାଯାଏ।

Spread the love