ହନ୍ତାଳଗୁଡ଼ା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟିପ୍ପର ଓଲଟି ୫ ଶ୍ରମିକଙ୍କ ପ୍ରାଣହାନି

ମାଲକାନଗିରି: ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ହନ୍ତାଳଗୁଡ଼ା ଘାଟିରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଭାରସାମ୍ୟ ହରାଇ ଏକ ସିମେଣ୍ଟ ବୋଝେଇ ଟିପ୍ପର ଓଲଟିବା ଫଳରେ ୫ଜଣଙ୍କ ପ୍ରାଣହାନି ଘଟିଛି। ସମସ୍ତ ମୃତକ ଶ୍ରମିକ ବୋଲି ସୂଚନା ମିଳିଛି। ଏହାଛଡ଼ା ୫ ଜଣ ଗୁରୁତର ହେବା ସହ ୩ ଆହତ ହୋଇଛନ୍ତି। ଟିପ୍ପରଟି ଚିତ୍ରକୋଣ୍ଡାରୁ ଯୋଡାମ୍ବ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।ଘାଟି ତଳକୁ ଖସିଥିବା ଟିପ୍ପରରେ ଲୁହା ଛଡ଼ ଓ ସିମେଣ୍ଟ ଯାଉଥିଲା। ବିଏସ୍ଏଫ୍ ଯବାନମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆହତମାନଙ୍କୁ ବଡ଼ପଡ଼ା ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

Spread the love