ମୋବାଇଲ ବିସ୍ଫୋରଣ ହେବା ଅଘଟଣକୁ ଏଡାଇବେ କେମିତି ?

ମୋବାଇଲ ବିସ୍ଫୋରଣ ହେବା ଅଘଟଣକୁ କେମିତି ଏଡାଇ ପାରିବେ । ଏନେଇ ଆଇଟି ଏକ୍ସପର୍ଟ ସତର୍କତାମୂଳକ ପଦକ୍ଷେପ ନେବା ଉପରେ ଟିପ୍ସ ଦେଇଛନ୍ତି । ଯାହାକୁ ଅନୁସରଣ କରି ଆପଣ ମଧ୍ୟ ମୋବାଇଲ ବିସ୍ଫୋରଣ ଭଳି ଅଘଟଣକୁ ଏଡାଇ ସୁରକ୍ଷିତ ରହିପାରିବେ ।

ମୋବାଇଲରେ ଭିଡିଓ ଦେଖୁଥିବା ସମୟରେ ଅଚାନକ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଛାତ୍ରୀ ଜଣକ ଗୁରୁତର ଆହତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ଝିଅର ଜୀବନ ବଞ୍ଚାଇବାକୁ ସମର୍ଥ ହୋଇନଥିଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେରଳର ଥ୍ରିସୁରରେ । ଏ ଘଟଣାରେ ମୃତ୍ୟୁବରଣ କରିଥିବା କୁନିଝିଅର ନାଁ ଆଦିତ୍ୟାଶ୍ରୀ ।

ଆଦିତ୍ୟାଶ୍ରୀ ଥିରୁଭିଲୱାମଲାରେ ଥିବା ଖ୍ରୀଷ୍ଟ ନ୍ୟୁ ଲାଇଫ୍ ସ୍କୁଲରେ ତୃତୀୟ ଶ୍ରେଣୀରେ ପଢ଼ୁଥିଲେ । ଏ ଘଟଣାଟି ଏଥିପାଇଁ ଗୁରୁତ୍ୱ ରଖୁଛି, କାରଣ ପ୍ରତି ଘରେ କୁନିକୁନି ପିଲାମାନେ ମୋବାଇଲ ଦେଖିବାରେ ଅଭ୍ୟସ୍ତ ରହୁଛନ୍ତି । ଘଣ୍ଟା ଘଣ୍ଟା ଧରି ମୋବାଇଲ ଦେଖୁଛନ୍ତି । ଛୋଟ ଛୋଟ ପିଲାମାନେ ଖେଳିବା, ବୁଲିବା ଛାଡି ମୋବାଇଲ ଦେଖୁଛନ୍ତି । ଛୁଟି ଦିନରେ ଏହି ଅଭ୍ୟାସ ଆହୁରି ବଢ଼ି ଯାଉଛି । ଯାହାକି ସେମାନଙ୍କ ପାଇଁ ବିପଦ ବନୁଛି । ଆଉ ପିଲାଙ୍କ ସଉକ କେମିତି ଗୋଟିଏ ଜୀବନ ନେଇପାରେ, ଏହି ଘଟଣାରୁ ସ୍ପଷ୍ଟ ଅନୁମାନ କରିହେଉଛି ।

Spread the love