ଏସବୁ କାମ ଯଦି ଭୁଲରେ ବି କରନ୍ତି ତେବେ ଲାଗିଯିବ ଲକ୍ଷ୍ମୀଛଡ଼ା ଦୋଷ, ଆଦୌ ଏମିତି କରନ୍ତୁ ନାହିଁ

ଲକ୍ଷ୍ମୀଙ୍କ କୃପା, ଅନୁଗ୍ରହ ବିନା ଜୀବନରେ ଆର୍ଥିକ ଉନ୍ନତି ସମ୍ଭବ ନୁହେଁ। ମା’ ଲକ୍ଷ୍ମୀ ସ୍ୱଭାବରେ ଚଞ୍ଚଳ ହୋଇ ଥାଆନ୍ତି। ଏହି କାରଣରୁ ଲକ୍ଷ୍ମୀ ସବୁବେଳେ ଜଣଙ୍କ ପାଖରେ ହିଁ ରହି ନ ଥାଆନ୍ତି। କୁହାଯାଏ, ଯାହାଙ୍କ ଉପରେ ମା’ ଲକ୍ଷ୍ମୀ ଦୟାଳୁ ଅବା ପ୍ରସନ୍ନ ହୁଅନ୍ତି, ସେମାନଙ୍କ ପାଖରେ ଧନ, ଦୌଲତର ଅଭାବ ରହି ନ ଥାଏ। ସେଠି ଯେତେବେଳେ ଲକ୍ଷ୍ମୀ ରାଗି ଯାଆନ୍ତି, ତ ଧନବାନଙ୍କୁ ମଧ୍ୟ କାଙ୍ଗାଳ ହେବାକୁ ବେଶି ସମୟ ଲାଗି ନ ଥାଏ। ଶାସ୍ତ୍ରରେ ଏପରି କିଛି କାର୍ଯ୍ୟ ବିଷୟରେ କୁହାଯାଇଛି, ଯାହାକୁ କରିବା ଦ୍ୱାରା ଧନର ଦେବୀ ଲକ୍ଷ୍ମୀ ଘର ଛାଡ଼ି ଚାଲି ଯାଆନ୍ତି। ଏମିତିରେ ଆସନ୍ତୁ ଜାଣିବା କି, କେଉଁ ଭୁଲ୍ ଆମେ କରିବା ଉଚିତ୍ ନୁହେଁ। ଏମିତି କେଉଁକାମ କଲେ ପ୍ରସନ୍ନ ହେବେ ମାଆ ଧନଲକ୍ଷ୍ମୀ। ଆଉ ଏମିତି କଣ କାମ ରହିଛି ଯାହା ଦ୍ୱାରା ଲକ୍ଷ୍ମୀଛଡ଼ା ଦୋଷ ଲାଗିଥାଏ ।

ଅନେକ ଥର ଲୋକଙ୍କ କଥା ଶୁଣିଥିବେ ଯେ ଆଜି ପୂରା ଦିନ ବହୁତ ଖରାପ ଗଲା। ଅର୍ଥାତ୍‌ ଦିନଟା ସାରା ଗୋଟେ ପରେ ଗୋଟେ ସମସ୍ୟାକୁ ସାମ୍ନା କରୁଛନ୍ତି ହିଁ କରୁଛନ୍ତି। ଏତେ ପରିଶ୍ରମ ପରେ ବି ସକରାତ୍ମକ ଫଳ ମିଳିନଥାଏ। ବାସ୍ତୁ ଶାସ୍ତ୍ର ମୁତାବକ ଏମିତି ସ୍ଥିତି ପଛରେ ଆମର ଭୁଲ ରହିଥାଏ। ଏହିସବୁ କାରଣ ପାଇଁ ଆମେ ହିଁ ଦାୟୀ ରହିଥାଉ। ଯଦି ଏମିତି ଭୁଲ ବାରମ୍ବାର ପ୍ରତିଦିନ କରନ୍ତି ତାହେଲେ ଆପଣଙ୍କ ସୁଭାଗ୍ୟ କୁଭାଗ୍ୟରେ ପରିଣତ ହୋଇଯିବ।

ସ୍ତ୍ରୀ, ମାଆ, ଝିଅ ବା କୌଣସି ନାରୀକୁ ଅପମାନିତ କରିବା, କଷ୍ଟ ଦେବା ଦ୍ୱାରା ଲକ୍ଷ୍ମୀଛଡ଼ା ଦୋଷ ଲାଗିଥାଏ। କାରଣ ଏମାନେ ହେଉଛନ୍ତି ମାଆ ଲକ୍ଷ୍ମୀଙ୍କ ପ୍ରତୀକ। ସକାଳୁ ଶୀଘ୍ର ନଉଠି ଡେରି ପର୍ଯ୍ୟନ୍ତ ଶୋଇ ରହିଲେ ଲକ୍ଷ୍ମୀଛଡ଼ା ଦୋଷ ହୋଇଥାଏ। ଖାସ କରି ଗୁରୁବାର ଦିନ …ସେହିପରି ଖାଦ୍ୟ ନଷ୍ଟ କଲେ ଲକ୍ଷ୍ମୀଛଡ଼ା ଦୋଷ ହୋଇଥାଏ। ନିଜ ଖାଦ୍ୟରୁ ଗାଈ, କୁକୁର, ପଶୁ ପକ୍ଷୀଙ୍କୁ ଖାଦ୍ୟ ପ୍ରଦାନ ନକଲେ ଲକ୍ଷ୍ମୀଛଡ଼ା ଦୋଷ ହୋଇଥାଏ। ମହାପ୍ରସାଦ, ତୁଳସୀ, ଠାକୁରଙ୍କ ଜିନିଷ , ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷଙ୍କୁ ପାଦରେ ସ୍ପର୍ଶ କଲେ ଲକ୍ଷ୍ମୀଛଡ଼ା ଦୋଷ ଲାଗିଥାଏ ।ଘରେ ଅଇଁଠା ବାସନ ରାତିରେ ପକାଇ ରଖିଲେ ଲକ୍ଷ୍ମୀଛଡ଼ା ଦୋଷ ହୋଇଥାଏ। ନିଜର ମାଆ, ବାପା, ସ୍ତ୍ରୀଙ୍କୁ ହତାଦର କରିବା ସହିତ ଘରୁ ତଡ଼ିଦେଲେ ଲକ୍ଷ୍ମୀଛଡ଼ା ଦୋଷ ହୋଇଥାଏ। ଆପଣ ବି କେବେ ବି ଭୁଲ ରେ ବି ଏସବୁ ଭୁଲ କରନ୍ତୁ ନାହିଁ .. ନଚେତ ଆପଣ ବି ମାତା ଲକ୍ଷ୍ମୀଙ୍କ କୋପର ଶିକାର ହେବେ..

Spread the love