ତ୍ରିରଙ୍ଗାର ଅପମାନ ବରଦାସ୍ତ କରାଯିବନି…ସବୁ ରାଜ୍ୟକୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ ୧୫/୦୧ : ଜାତୀୟ ପତାକାର ସମ୍ମାନ ସୁନିଶ୍ଚିତ କରିବାକୁ କେନ୍ଦ୍ରର ଚିଠି । ସବୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଏସମ୍ପର୍କରେ ଚିଠି ଲେଖିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଚିଠିରେ କୁହାଯାଇଛି, ରାଷ୍ଟ୍ରୀୟ, ସାଂସ୍କୃତିକ ଏବଂ ଖେଳର ଆୟୋଜନ ପରେ ଲୋକଙ୍କ ଦ୍ୱାରା ଉଡାଯାଉଥିବା କାଗଜର ଜାତୀୟ ପତାକାକୁ ନଷ୍ଟ ନ କରିବାକୁ କୁହାଯାଇଛି। ଏହାସହ ତ୍ରିରଙ୍ଗାକୁ ରାସ୍ତାରେ ନ ପକାଇବାକୁ ମଧ୍ୟ ଚିଠିରେ କୁହାଯାଇଛି ।

ଗଣତନ୍ତ୍ର ଦିଗସ ପୂର୍ବରୁ ଜାରି ଏହି ମାର୍ଗଦର୍ଶିକାରେ ଗୃହ ମନ୍ତ୍ରଣାଳୟ ଜାତୀୟ ପତାକା ସଂହିତାର ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାର୍ଗଦର୍ଶିକରେ କୁହାଯାଇଛି, ଭାରତର ରାଷ୍ଟ୍ରୀୟ ଧ୍ୱଜ ଆମ ଦେଶର ଲୋକଙ୍କ ଆକାଂକ୍ଷାକୁ ପ୍ରତିନିଧିତ୍ୱ କରୁଛି ଏବଂ ଏହା ସବୁବେଳେ ସମ୍ମାନଜନକ ସ୍ଥିତିରେ ରହିବା ଦରକାର । ରାଷ୍ଟ୍ରୀୟ ପତାକା ପାଇଁ ସ୍ନେହ, ସମ୍ମାନ ଏବଂ ନିଷ୍ଠା ରହିଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଉଛି, ଜାତୀୟ ପତାକାର ପ୍ରଦର୍ଶନ ଉପରେ ଲାଗୁ ହୋଇଥିବା ନିୟମ ବାବଦରେ ଲୋକଙ୍କ ସହ ସରକାର ଏବଂ ସଂଗଠନ ଗୁଡିକ ମଧ୍ୟରେ ସଚେତନତାର ଅଭାବ ଥିବା ଅଧିକାଂଶ ସମୟରେ ଦେଖାଦେଇଛି ।

Spread the love