ତିରୁପତି ମନ୍ଦିର ସମ୍ପତ୍ତି ଘୋଷଣା କଲା ବୋର୍ଡ: ୧୦.୩ ଟନ ସୁନା ସହ ଅଛି ୧୬ କୋଟିରୁ ଅଧିକ ନଗଦ ଜମା ରାଶି

ହାଇଦ୍ରାବାଦ; ତିରୁପତି ମନ୍ଦିରର ସମ୍ପତ୍ତି ଘୋଷଣା କଲା ମନ୍ଦିର ଟ୍ରଷ୍ଟ ବୋର୍ଡ ତିରୁମାଲା ତିରୁପତି ଦେବସ୍ଥାନମସ(ଟିଟିଡି)। ମନ୍ଦିର ପାଖରେ ଥିବା ସୁନା ଓ ସମସ୍ତ ଜମା ରାଶି ସମ୍ପର୍କରେ ସୂଚନା ଦେଇଛି ବୋର୍ଡ। ମନ୍ଦିର ପାଖରେ ବର୍ତ୍ତମାନ ୧୦.୩ ଟନ ସୁନା ରହିଥିବା ବେଳେ ବିଭିନ୍ନ ବ୍ୟାଙ୍କରେ ୧୫,୯୩୮ କୋଟି କ୍ୟାସ୍ ଜମା ରଖାଯାଇଛି। ମନ୍ଦିରର ସମସ୍ତ ସମ୍ପତ୍ତିର ମୂଲ୍ୟ ବର୍ତ୍ତମାନ ୨.୨୬ ଲକ୍ଷ କୋଟି ହେବ ବୋଲି ଟିଟିଡି କହିଛି।

ମନ୍ଦିର ଟ୍ରଷ୍ଟର ଏକ୍ସିକ୍ୟୁଟିଭି ଅଫିସର ଏଭି ଧର୍ମା ରେଡ୍ଡୀ ଟାଇମ୍ସ ଅଫ୍ ଇଣ୍ଡିଆକୁ ଏହି ସୂଚନା ଦେଇଛନ୍ତି। ୨୦୧୯ରେ ଟିଟିଡି ବିଭିନ୍ନ ବ୍ୟାଙ୍କର ୧୩,୦୨୫ କୋଟି ଟଙ୍କା ଫିକ୍ସ ଡିପୋଜିଟ୍ ରଖିଛି। ଯାହା ବର୍ତ୍ତମାନ ବଢ଼ି ୧୫,୯୩୮ କୋଟି ହୋଇଛି। ଗତ ୩ ବର୍ଷରେ ଇନ୍‌ଭେଷ୍ଟମେଣ୍ଟ ବଢଞି ୨,୯୦୦ ହୋଇଛି ବୋଲି ଶ୍ରୀ ରେଡ୍ଡୀ ସୂଚନା ଦେଇଛନ୍ତି। ବ୍ୟାଙ୍କ ଅନୁସାରେ ଟ୍ରଷ୍ଟ ଦେଇଥିବା ତଥ୍ୟ ଅନୁସାରେ, ୨୦୧୯ରେ ଟିଟିଡି ୭୩୩୯.୭୪ ଟନ ସୁନା ଡିପୋଜିଟ୍ ରଖିଥିଲା। ଗତ ୩ ବର୍ଷ ଭିତରେ ଆଉ ୨.୯ ଟନ ସୁନା ମିଶିଛି। ତା ସହିତ ସାରା ଭାରତରେ ମନ୍ଦିରର ୭,୧୨୩ ଏକର ଜମି ରହିଛି ବୋଲି ଟଏରେ ପ୍ରକାଶ ପାଇଛି।

ମନ୍ଦିରର ସମ୍ପତ୍ତି ତାଲିକା ଦେବା ସହିତ ଏହା ଆନ୍ଧ୍ରପ୍ରଦେଶ ସୁରକ୍ଷା ଦିଗରେ ଲାଗୁଥିବା କଥାକୁ ଅସ୍ୱୀକାର କରିଛନ୍ତି ମନ୍ତିର ଟ୍ରଷ୍ଟ ଅଫିସର ଶ୍ରୀ ରେଡ୍ଡୀ। ସୋସିଆଲ୍ ମିଡିଆରେ ଏନେଇ ଖବର ପ୍ରକାଶ ପାଉଥିବା ଖବରର କୌଣସି ସତ୍ୟାତା ନାହିଁ ବୋଲି ସେ କହିଛନ୍ତି।

Spread the love