ମମତା କେମିତି ହେଲେ ମୁଖ୍ୟମନ୍ତ୍ରୀ ପଢନ୍ତୁ ରିପୋର୍ଟ

5 ଜାନୁଆରୀ 1955ରେ ମମତା ଏକ ନିମ୍ନମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ପ୍ରୋମିଲେଶ୍ୱର ବାନାର୍ଜୀ ଜଣେ ଫାଇଟର୍‌ ଥିଲେ। ଖୁବ୍‌ କମ୍‌ ବୟସରେ ମମତା ରାଜନୀତିରେ ଏଣ୍ଟ୍ରି କରିଥିଲେ। 1970ରେ ପାଠପଢ଼ୁଥିବା ବେଳେ ମମତା କଂଗ୍ରେସ ଛାତ୍ର ପରିଷଦରେ ଯୋଡ଼ି ହୋଇଥିଲେ। 1979-90 ମଧ୍ୟରେ ମମତା ପଶ୍ଚିମବଙ୍ଗ ମହିଳା କଂଗ୍ରେସର ସାଧାରଣ ସମ୍ପାଦକ ହୋଇଥିଲେ। 1989ରେ ପରାଜିତ ହେବା ପରେ 1991ରେ  ଦକ୍ଷିଣ କୋଲକାତାରୁ ଲୋକସଭା ନିର୍ବାଚନ ଜିତିଥିଲେ ମମତା। ଏହା ପରେ ଲଗାତାର ମମତା 1996 ,1998,1999,2004 ଏବଂ 2009ରେ ଉକ୍ତ ସିଟ୍‌ରୁ ଜିତି ନିଜ ଆସନକୁ ମଜଭୁତ୍‌ କରିପାରିଥିଲେ ମମତା। ଆଉ କଂଗ୍ରେସ ସରକାରରେ କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ। 1998 ରେ ମମତା କଂଗ୍ରେସ ଛାଡ଼ି ତୃଣମୂଳ କଂଗ୍ରେସ ପାର୍ଟି(ଟିଏମସି) ଗଠନ କରିଥିଲେ। ଆଉ ବିଜେପି ଆଡ଼କୁ ଢଳିଥିଲେ। 1998  ଓ 1999ରେ ଟିଏମସି ଯଥାକ୍ରମେ8ଏବଂ7 ଟି ସିଟ୍‌ ଜିତିଥିଲା ଏବଂ ମମତା ବିଜେପିକୁ ସମର୍ଥନ କରିଥିଲେ। 
 
ଅଟଳବିହାରୀ ବାଜପେୟୀଙ୍କ ସରକାରରେ 1999ରେ କେନ୍ଦ୍ରରେ ରେଳମନ୍ତ୍ରୀ ହୋଇଥିଲେ ମମତା। 2001ରେ ମମତା ରେଳମନ୍ତ୍ରଣାଳୟ ଛାଡ଼ି କଂଗ୍ରେସ ସହ ମିଶି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲଢ଼ିଥିଲେ ମମତା। କିନ୍ତୁ ନିର୍ବାଚନରେ ହାରି ଯାଇଥିଲେ। ହେଲେ ପରବର୍ତ୍ତୀ ନିର୍ବାଚନରେ ଟିଏମସିକୁ 30ଟି ସିଟ୍‌ ମିଳିଥିଲା। ସିପିଆଇଏମ ବିରୋଧରେ ଲଢ଼େଇ ଆରମ୍ଭ କରିଥିବା ମମତା କେବେ ପଛକୁ ଚାହିଁନାହାନ୍ତି। ନନ୍ଦିଗ୍ରାମ ଓ ସିଙ୍ଗୁର ବିଦ୍ରୋହ ଘଟଣାରେ ମମତାଙ୍କୁ ଜବରଦସ୍ତ ଜନସମର୍ଥନ ମିଳିଥିଲା। ଖାସ୍‌ ଏହି କାରଣରୁ 2011ରେ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ ମମତା। 
Spread the love