ଆଜି ୧୧୨ କରୋନା ପଜିଟିଭ ଚିହ୍ନଟ: ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮କୁ ବୃଦ୍ଧି

ଭୁବନେଶ୍ୱର, ୧୨/୦୬: ଆଜି ରାଜ୍ୟରେ ପୁଣି ୧୧୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮କୁ ବୃଦ୍ଧି ପାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।


ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ ସ୍ଥାନୀୟ ସଂକ୍ରମିତ ଥିବାବେଳେ ଅବଶିଷ୍ଟ ୧୦୭ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୮ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।
ଏଥିରେ ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶମର ୨୧ ଜଣ ଆକ୍ରାନ୍ତ ଥିବା ଜଣାଯାଇଛି । ଆଜି ପୁରୀ ଜିଲ୍ଲାରୁ ସର୍ବାଧିକ ୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ୮, ଅନୁଗୁଳ ୬, ଦେବଗଡ଼ରୁ୨, କଟକ ଜିଲ୍ଲାରୁ ୩, ଗଞ୍ଜାମରୁ ୬, ସୁନ୍ଦରଗଡ଼ରୁ ୪, ବୌଦ୍ଧରୁ ୩, ଗଜପତିରୁ୫, ସମ୍ବଲପୁର ୫, ବଲାଙ୍ଗୀର ଜିଲ୍ଲାରୁ ୫, ମୟୂରଭଞ୍ଜ ଜିଲ୍ଲାରୁ ୭, ବାଲେଶ୍ୱର୫,ଝାରସୁଗୁଡା ଜିଲ୍ଲାରୁ୨, ମାଲକାନଗିରି ଜିଲ୍ଲାରୁ ୩, କେନ୍ଦୁଝର ୫, ଯାଜପୁର ଜିଲ୍ଲାରୁ୩,ନୟାଗଡ ଜିଲ୍ଲାରୁ ୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏବେ ରାଜ୍ୟରେ ମୋଟ୍ ୨୩୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୩୧ ରହିଛି। ଅପରପକ୍ଷରେ ୧୦ଜଣଙ୍କର ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ତିନି ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Spread the love