ଆଜି କରୋନାରୁ ସୁସ୍ଥ ହେଲେ ୩୮୯୬ ଆକ୍ରାନ୍ତ

ଖୋର୍ଦ୍ଧା ଜିଲ୍ଲାରୁ ୬୫୭ ଜଣଙ୍କ ସମେତ ଆଜି ରାଜ୍ୟରୁ ମୋଟ୍‌ ୩ ହଜାର ୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନା ଭାଇରସ ମହାମାରୀରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୧ ହଜାର ୪୮୧ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, କଟକ ଜିଲ୍ଲାରୁ ଆଜି ୪୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲାରୁ ୨୨୬ ଜଣ, ଅନୁଗୁଳ ଜିଲ୍ଲାରୁ ୨୧୭ ଜଣ, ପୁରୀ ଜିଲ୍ଲାରୁ ୧୮୨ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୭୧ ଜଣ, ମୟୂରଭଂଜ ଜିଲ୍ଲାରୁ ୧୬୨ ଜଣ, ଯାଜପୁର ଜିଲ୍ଲାରୁ ୧୫୩ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୫୧ ଜଣ, କୋରାପୁଟ ଜିଲ୍ଲାରୁ ୧୨୬ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୧୯ ଜଣ, ନୟାଗଡ଼ ଜିଲ୍ଲାରୁ ୧୧୫ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧୨ ଜଣ, ସମ୍ବଲପୁର ଜିଲ୍ଲାରୁ ୧୧୦ ଜଣ ଓ କଳାହାଣ୍ଡି ଜିଲ୍ଲାରୁ ୧୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ବରଗଡ଼ ଜିଲ୍ଲାରୁ ୯୭ ଜଣ, ନବରଙ୍ଗପୁର ଜିଲ୍ଲାରୁ ୭୬ ଜଣ, ଭଦ୍ରକ ଜିଲ୍ଲାରୁ ୭୪ ଜଣ, ମାଲକାନଗିରି ଜିଲ୍ଲାରୁ ୭୨ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୭୦ ଜଣ, ବଲାଙ୍ଗୀର ଜିଲ୍ଲାରୁ ୬୮ ଜଣ, କେନ୍ଦୁଝର ଜିଲ୍ଲାରୁ ୫୫ ଜଣ, ନୂଆପଡ଼ା ଜିଲ୍ଲାରୁ ୪୯ ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୫ ଜଣ, ଗଂଜାମ, କନ୍ଧମାଳ, ଜିଲ୍ଲାରୁ ୪୦ ଜଣ ଲେଖାଏଁ, ରାୟଗଡ଼ା ଜିଲ୍ଲାରୁ ୨୫ ଜଣ, ବୌଦ୍ଧ ଜିଲ୍ଲାରୁ ୨୦ ଜଣ, ଗଜପତି ଜିଲ୍ଲାରୁ ୧୫ ଜଣ, ଦେବଗଡ଼ ଜିଲ୍ଲାରୁ ୧୨ ଜଣ ଓ ଷ୍ଟେଟ ପୁଲରୁ ୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Spread the love