ରାଜ୍ୟରେ ୩୯୧୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୩୯୧୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୩୪୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୧୫୬୫ ଟି ହେଉଛି ଲୋକାଲ୍ କେସ୍‌।ଖୋର୍ଦ୍ଧା ଆଜି ବି କରୋନା ସଂକ୍ରମଣ କ୍ଷେତ୍ରରେ ରାଜ୍ୟରେ ଆଗରେ ଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା କିନ୍ତୁ ହ୍ରାସ୍ ପାଇଛି। ପ୍ରତିଦିନ ୭୦୦, ୮୦୦ ଉପରେ ଆକ୍ରାନ୍ତ ଚିହ୍ନଟ ହୋଇ ଖୋର୍ଦ୍ଧା ଜିଲ୍ଲାବାସୀଙ୍କୁ କରୋନା ମହାମାରୀ କଲବଲ କରୁଥିବା ବେଳେ ଆଜି  କିନ୍ତୁ ମିଳିଛି ସାମାନ୍ୟ ଆଶ୍ୱସ୍ତିକର ଖବର।

ଆଜି ଜିଲ୍ଲାରୁ ୫୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ କଟକରୁ ୩୮୨, କେନ୍ଦ୍ରାପଡ଼ାରୁ ୧୫୬, ମୟୂରଭଞ୍ଜରୁ ୧୪୭,  ସମ୍ବଲପୁରରୁ ୧୪୧, ନୂଆପଡ଼ାରୁ ୧୨୮,ଜଗତସିଂହପୁରରୁ ୧୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 

Spread the love