ଆଉ ୩ କରୋନା ପଜିଟିଭ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଲା ୧୨୫

ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତିନି ଜଣ ପଜିଟିଭ ବାଲେଶ୍ୱର ଜିଲ୍ଲାର ଏବଂ ୩ଜଣ ଯାକ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ଏବଂ  ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।  ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ରେ ପହଂଚିଛି ଏବଂ ବାଲେଶ୍ୱର ଜିଲ୍ଲାରେ ସଂଖ୍ୟା ୧୯ରେ ପହଂଚିଛି । ୩ ଜଣ ଯାକ ପୁରୁଷ ବୋଲି ସୂଚନା ଦିଆଯାଇଛି । ଏମାନଙ୍କ ବୟସ ୪୪, ୬୧ ଓ ୬୩ । ରାଜ୍ୟରେ କ୍ରମେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ସୂଚନା ଏବଂ ଲୋକସମ୍ପର୍କ ବିଭାଗର ଟୁଇଟ ଅନୁଯାୟୀ ଚିହ୍ନଟ ହୋଇଥିବା ୩ଜଣ କରୋନା ପଜିଟିଭ କୋଲକାତାରୁ ଫେରିଥିବା ବେଳେ ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଥିଲା । କରୋନା ଆକ୍ରାନ୍ତ ହୋଇଥିବା ନେଇ କୌଣସି ଲକ୍ଷଣ ନଥାଇ ମଧ୍ୟ ସ୍ୱାବ ନମୁନା ପରୀକ୍ଷା ପରେ ସେମାନେ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି ।

Spread the love