ବେଙ୍ଗାଲୁରୁରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍, ମୁମ୍ବାଇ ଭଳି ଆଇ.ଟି. ସିଟିରେ ରୋଡ୍ ଶୋ’ କରିବେ ନବୀନ

ବେଙ୍ଗାଲୁରୁ ୨୮/୦୯: ଆଜି ବେଙ୍ଗାଲୁରୁରେ ହେବ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ । ଏଥି ପାଇଁ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ନିବେଶକ ସମ୍ମିଳନୀରେ ୫୦୦ ରୁ ଅଧିକ ବଡ଼ ଶିଳ୍ପପତି ଓ ବଡ଼ ବିଜନେସ୍ ମ୍ୟାନ୍ ଯୋଗ ଦେବେ ।

ନିବେଶକଙ୍କ ସହ ଓ୍ବାନ୍ ଟୁ ଓ୍ବାନ୍ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଆଜି ବେଙ୍ଗାଲୁରୁରେ ପହଞ୍ଚି ଗଭର୍ଣ୍ଣମେଣ୍ଟ ସହ ବିଜନେସ୍ ବା G-2 -B ମିଟିଂରେ ଏକାଧିକ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Spread the love