ଆଜି ବିଶ୍ବ ରେଡିଓ ଦିବସ

ପୁରୀ ୧୩।୦୨: ଆଜି ବିଶ୍ବ ରେଡିଓ ଦିବସ। ଏହି ଅବସରରେ ପୁରୀ କୁମ୍ଭାରପଡ଼ା ଅଞ୍ଚଳର ଯୁବ ଶିଳ୍ପୀ ଶାଶ୍ବତ ରଞ୍ଜନ ସାହୁ ୧୧ଶହ ଦିଆସିଲି କାଠିରେ ଆରଏଫ୍- ୫୬୨ ଡିଡି ରେଡିଓ ମଡେଲ ତିଆରି କରିଛନ୍ତି। ଏହି ନିଆରା କଳାକୃତିଟି ନିର୍ମାଣ କରିବା ପାଇଁ ଶାଶ୍ବତଙ୍କୁ ତିନିଦିନ ଲାଗିଥିଲା। ଯାହାର ଉଚ୍ଚତା ୮ ଇଞ୍ଚ ଓ ପ୍ରସ୍ଥ ୧୩ ଇଞ୍ଚ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍ କାର୍ଯ୍ୟକ୍ରମ ବିଭିନ୍ନ ମହଲରେ ରେଡିଓର ଆଦୃତିକୁ ବଢାଇଥିବା ଶାଶ୍ବତ କହିଛନ୍ତି।

Spread the love