ଆଜି ମହାପ୍ରଭୂଙ୍କ ଭଉଁରୀ ଯାତ୍ରା, ରଥଖଳାରେ ଅନୁଷ୍ଠିତ ହେବ ଚକଡେରା ନୀତି
ଆଜି ମହାପ୍ରଭୂଙ୍କ ଭଉଁରୀ ଯାତ୍ରା। ୨୧ଦିନ ଧରି ଚାଲିଥିବା ମହାପ୍ରଭୂଙ୍କ ଚନ୍ଦନ ଯାତ୍ରା ଆଜି ଅନ୍ତିମ ଦିନ। ଏହିଦିନ ମହାପ୍ରଭୂଙ୍କ ଚଳନ୍ତି ପ୍ରତିମା ଘେରା ଚନ୍ଦନ ପୁଷ୍କରଣୀକୁ ପ୍ରରିକ୍ରମା କରିବା ପରମ୍ପରା ରହିଛି। ଏହିଯାତ୍ରା ଆଜି ମଧ୍ୟ ଶ୍ରୀମନ୍ଦିର ପରିସରରେ ପ୍ରତିକାତ୍ମକ ଭାବେ କରାଯିବ। ଏଥିସହିତ ଆଜି ଭଉଁରୀ ଯାତ୍ରା ଅବସରରେ ଶ୍ରୀମନ୍ଦିର ବିଧି ପରମ୍ପରା ଅନୁଯାୟୀ ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ତିନିରଥର ଚକଡେରା ନିତି ଅନୁକୂଳ ହେବ ।
ଅନୁକୂଳ ପର୍ବ ପାଇଁ ନନ୍ଦିଘୋଷ, ତାଳଧ୍ଵଜ ଓ ଦର୍ପଦଳନ ରଥର ଦୁଇଟି ଲେଖାଁ ଚକରେ ଅଖ ସଂଯୋଗ କରାଯାଇ ଚକଡେରା ନିତି ଅନୁଷ୍ଠିତ ହେବ । ସକାଳ ଧୂପ ପରେ ପୂଜାପଣ୍ଡା ୩ ରଥ ପାଇଁ ୩ଟି ଆଜ୍ଞାମାଳ ଆସିବ। ବିଶ୍ୱକର୍ମା ମହାରଣା, ଭୋଇ ସେବାୟତଙ୍କ ସହଯୋଗରେ ଏହି ନୀତି ସମନ୍ନ ହେବ ।