ରାଜ୍ୟରେ ୨ଲକ୍ଷ ୯ହଜାର ଟପିଲା କରୋନା ପଜିଟିଭ, ୮ଶହ ମୁହାଁ ଜୀବନହାନି

ଭୁବନେଶ୍ୱର, 27/9 : ରାଜ୍ୟରେ କରୋନାର ଦୃତ ସଂକ୍ରମଣ ଏବେ ଉଗ୍ରରୂପ ନେଇସାରିଛି । ସ୍ଥାନୀୟ ସଂକ୍ରମିତଙ୍କ ତାଲିକାରୁ ଓଡ଼ିଶାରେ ମହାମାରୀ ଗୋଷ୍ଠୀ ସଂକ୍ରମଣର ରୂପ ନେଇସାରିଥିବା ବଢ଼ୁଥିବା ପଜିଟିଭରୁ ସ୍ପଷ୍ଟ ହେଉଛି । ରବିବାର ଦିନ ରାଜ୍ୟରେ ୩୯୨୨ନୂଆ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗୋଟିଏ ଦିନରେ ୧୪ଜଣଙ୍କ ଜୀବନ ନେଇଛି ଘାତକ ମହାମାରୀ । ରବିବାର ଚିହ୍ନଟ ହୋଇଥିବା ୩୯୨୨ ପଜିଟିଭଙ୍କ ମଧ୍ୟରୁ ୨୩୦୯ଜଣ ସଂଗରୋଧ କେନ୍ଦ୍ରରୁ ଏବଂ ୧୬୧୩ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟର ୩୦ ଜିଲ୍ଲା ଓ ଷ୍ଟେଟ ପୁଲରୁ ରବିବାର ଦିନ ଚିହ୍ନଟ ହୋଇଥିବା ୩୯୨୨ପଜିଟିଭଙ୍କ ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୮୧୮, କଟକ ୩୮୦, ଷ୍ଟେଟ ପୁଲ ୨୧୪, କେନ୍ଦୁଝର ୨୧୨, ଅନୁଗୁଳ ୨୦୦, ପୁରୀ ୧୮୪, ବରଗଡ଼ ୧୫୪, ମୟୂରଭଞ୍ଜ ୧୪୯, ଜଗତସିଂହପୁର ୧୨୩, ସମ୍ବଲପୁର ୧୧୭, ନୂଆପଡ଼ା ୧୧୪, ଝାରସୁଗୁଡା ୧୦୯, କେନ୍ଦ୍ରାପଡ଼ା ୧୦୭, ସୁନ୍ଦରଗଡ଼, ଯାଜପୁର ୧୦୩ଜଣ ଲେଖାଏଁ, ବଲାଙ୍ଗିର ୮୫, ଢେଙ୍କାନାଳ ୭୬, କଳାହାଣ୍ଡି ୭୩, ବାଲେଶ୍ୱର ୭୨, କୋରାପୁଟ, ମାଲକାନଗିରି ୬୯ଜଣ ଲେଖାଏଁ, କନ୍ଧମାଳ ୬୨, ଭଦ୍ରକ ୫୧, ନୟାଗଡ଼, ବୌଦ୍ଧ, ରାୟଗଡ଼ା ୪୮ଜଣ ଲେଖାଏଁ, ନବରଙ୍ଗପୁର ୪୦, ଗଞ୍ଜାମ ୩୯, ସୋନପୁର ୨୫, ଗଜପତି ୨୨, ଦେବଗଡ଼ ୮ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସେହିଭଳି ଦିନକରେ ରାଜ୍ୟର ୩୦ଜିଲ୍ଲାରୁ ୩୩୭୮ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କଟକ ୫୪୦, ଖୋର୍ଦ୍ଧା ୨୮୯, ପୁରୀ ୨୦୦, ଯାଜପୁର ୧୭୬, ରାୟଗଡ଼ା ୧୪୧, ସୁନ୍ଦରଗଡ଼, କନ୍ଧମାଳ ୧୩୭ଜଣ ଲେଖାଏଁ, ମୟୂରଭଞ୍ଜ ୧୩୦, ସମ୍ବଲପୁର ୧୨୭, କେନ୍ଦ୍ରାପଡ଼ା ୧୨୩, ଜଗତସିଂହପୁର ୧୧୫, ବାଲେଶ୍ୱର ୧୧୧, କେନ୍ଦୁଝର ୧୦୨, ବରଗଡ଼ ୧୦୦, କୋରାପୁଟ ୯୯, ଝାରସୁଗୁଡା ୮୬, ନବରଙ୍ଗପୁର ୮୪, ସୋନପୁର ୮୦, କଳାହାଣ୍ଡି ୭୬, ବଲାଙ୍ଗିର ୬୮, ମାଲକାନଗିରି ୬୩, ନୂଆପଡ଼ା ୪୯, ଭଦ୍ରକ ୪୭, ଅନୁଗୁଳ ୪୫, ଢେଙ୍କାନାଳ ୪୪, ଗଞ୍ଜାମ ୪୨, ନୟାଗଡ଼ ୩୬, ଗଜପତି ୩୧, ବୌଦ୍ଧ ୧୪, ଦେବଗଡ଼ ୭, ଷ୍ଟେଟ ପୁଲ ୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ରାଜ୍ୟରେ କୋଭିଡ ଜନିତ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୯ହଜାର ୩୭୪କୁ ବୃଦ୍ଧି ପାଇଥିବାବେଳେ ଏମାନଙ୍କ ମଧ୍ୟରୁ ରବିବାର ସୁଦ୍ଧା ୧ଲକ୍ଷ ୭୩ହଜାର ୫୭୧ଜଣ ସୁସ୍ଥ ହୋଇଛନ୍ତି । ଗୋଟିଏ ଦିନରେ ରାଜ୍ୟର ୮ଜିଲ୍ଲାରୁ ଆଉ ୧୪ଜଣଙ୍କ ମୁଣ୍ଡ ଗଡାଇଛି ମହାମାରୀ କରୋନା । ଖୋର୍ଦ୍ଧା, କଟକରୁ ୩ଜଣ ଲେଖାଏଁ, କେନ୍ଦ୍ରାପଡ଼ା, ଯାଜପୁରରୁ ୨ଜଣ ଲେଖାଏଁ, ବଲାଙ୍ଗିର, ଢେଙ୍କାନାଳ, ଗଜପତି, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଜୀବନ ହାରିଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୭୯୭କୁ ବୃଦ୍ଧି ପାଇଛି ।

Spread the love