ଆଜି ଧନତେରସ, ଆଜିର ଦିନରେ ବାସନ କିଣିବାର ଶୁଭ ମୁହୂର୍ତ୍ତ ଯାଣନ୍ତୁ…

ପାଞ୍ଜି ଅନୁସାରେ ଏଥର ଧନତେରସରେ ତ୍ରିପୁସ୍କର ଯୋଗ ରହିଛି ଯାହା ଅଭୁତ ଶୁଭ। କୁବେର ଓ ଧନ୍ଵନ୍ତରୀଙ୍କୁ ଆରାଧନା ପରେ ଶୁଭ ମୁହୂର୍ତ୍ତରେ କରାଯାଇଥିବା କିଣାକିଣି ଅତ୍ୟନ୍ତ ଫଳଦାୟୀ ହୋଇଥାଏ। ପିତ୍ତଳ କୁ ଧନ୍ଵନ୍ତରୀଙ୍କ ଧାତୁ ବୋଲି କୁହାଯାଏ। ବିଶ୍ୱାସ ଅନୁଯାୟୀ, କୃଷ୍ଣ ପକ୍ଷ ତ୍ରୟୋଦଶୀରେ ସମୁଦ୍ର ମନ୍ଥନ ବେଳେ ଭଗବାନ ଧନ୍ଵନ୍ତରୀ ଅମୃତ କଳସ ଧରି ପ୍ରକଟ ହୋଇଥିଲେ। ସେଥିପାଇଁ ଧନତେରସ ଦିନ ବାସନ କିଣିବା ଶୁଭ ବୋଲି କୁହାଯାଏ। ଏହି ଶୁଭ ଦିନରେ ପିତ୍ତଳ ବାସନ କିମ୍ବା ଅନ୍ୟ ସାମଗ୍ରୀ କିଣିଲେ ସ୍ୱାସ୍ଥ୍ୟ ଭଲ ରହେ। ଘରକୁ ସୁଖ ସମୃଦ୍ଧି ଆସିଥାଏ। ଏହି ଦିନ ଧନିଆ, ଝାଡୁ, ସୁନା ଓ ରୁପା ଗହଣା ଏବଂ ଗଣେଶ ଓ ଲକ୍ଷ୍ମୀଙ୍କ ପ୍ରତିମା କିଣିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ। ତେବେ ଏହି ଦିନ ଯେଉଁ ନୂଆ ଜିନିଷ କିଣି ଘରକୁ ଅଣାଯାଏ ତାକୁ ପୂଜା କରିବା ଉଚିତ। ଜାଣନ୍ତୁ ଶୁଭ ମୁହୂର୍ତ୍ତ ଓ ପୂଜା ବିଧି…

ଆଜି ଧନତେରସ। ସୁନା-ରୁପା କିଣିବା ପାଇଁ ସନ୍ଧ୍ୟା ୬ଟା ୨୦ ମିନିଟ୍ରୁ ୮ଟା ୧୧ ମିନିଟ ଶୁଭ ସମୟ। ସକାଳ ସାଢେ ୧୧ଟା ରୁ ମଧ୍ୟ କିଣାକିଣି କରିପାରିବେ।

 

କିଣାକିଣି ପାଇଁ ଶୁଭ ମୁହୂର୍ତ୍ତ –

ଅଭିଜିତ ମୁହୂର୍ତ୍ତ – ସକାଳ ୧୧ଟା ୧୧ ରୁ ୧୧ଟା ୫୬ ଯାଏଁ

ଅମୃତ ମୁହୂର୍ତ୍ତ – ୧୧ଟା ୩୩ ରୁ ୧୨ଟା ୫୬ ଯାଏଁ

ଶୁଭ ଯୋଗ – ଅପରାହ୍ନ ୨ଟା ୨୦ ରୁ ୩ଟା ୪୩ ଯାଏଁ

ବୃଷ ଲଗ୍ନ – ସନ୍ଧ୍ୟା ୬ଟା ୧୮ ରୁ ରାତି ୮ଟା ୧୪ ଯାଏଁ

ପୂଜା ସମୟ –

ଧନତେରସ ପୂଜା ସମୟ – ସନ୍ଧ୍ୟା ୫ଟା ୨୫ ରୁ ୬ଟା ଯାଏଁ

ଧନ୍ଵନ୍ତରୀ ପୂଜା ସମୟ – ସନ୍ଧ୍ୟା ୫ଟା ୩୮ ରୁ ୮ଟା ୧୪ ଯାଏଁ

ଧନତେରସ ଦିନ ପୂଜା ସମୟରେ କୁବେରଙ୍କୁ ଧଳା ଓ ଧନ୍ଵନ୍ତରୀଙ୍କୁ ହଳଦିଆ ମିଠା ଅର୍ପଣ କରିବେ। ଧନତେରସ ଦିନ ଭଗବାନ ଧନ୍ଵନ୍ତରୀ, କୁବେର ଓ ମା’ ଲକ୍ଷ୍ମୀ ଓ ଗଣେଶଙ୍କ ପ୍ରତିମା କିଣି ପୂଜା ଘରେ ଉତ୍ତର ଦିଗରେ ସ୍ଥାପିତ କରନ୍ତୁ। ଭଗବାନ ଗଣେଶ ଓ ମା’ ଲକ୍ଷ୍ମୀଙ୍କୁ ଧୂପ, ଦୀପ, ଫୁଲ ଅର୍ପଣ କରିବେ। ଚନ୍ଦନ ତିଳକ ଲଗାଇବେ। ତାପରେ ବିଭିନ୍ନ ଫଳ ଭୋଗ ଲଗାଇବେ।

Spread the love