ସୁଖ ଦୁଃଖର ସାଥୀରୁ ଜୀବନ ଯୁଦ୍ଧର ଭଲ ସାରଥୀ, ସେହି ପ୍ରକୃତ ବନ୍ଧୁ

ଭୁବନେଶ୍ୱର ୦୧/୦୪: ଆଜି ବିଶ୍ୱ ବନ୍ଧୁତା ଦିବସ । ସ୍କୁଲ କଲେଜରୁ ଆରମ୍ଭ କରି ପାର୍କ ମଲ ଆଦିରେ ବନ୍ଧୁମାନଙ୍କ ଭିଡ଼ ଜମିଥାନ୍ତା । କିଏ ଉପହାର ଦେଇ ବନ୍ଧୁତାର ପୁରୁଣା ସ୍ମୃତିକୁ ମନେ ପକାଇଥାନ୍ତା ତ ଆଉ କିଏ ଫ୍ରେଣ୍ଡସିପ୍‌ ବ୍ୟାଣ୍ଡ ବାନ୍ଧି ଶୁଭେଚ୍ଛା ଜଣାଇଥାନ୍ତା । ପୁଣି କିଏ କେକ୍‌ କାଟି ବନ୍ଧୁତା ଦିବସକୁ ଧୁମ୍‌ଧାମରେ ପାଳନ କରିଥାନ୍ତା । ହେଲେ ମହାମାରୀ କରୋନା ବନ୍ଧୁତାର ସମ୍ପର୍କ ମଧ୍ୟରେ ଏକ ସୀମାରେଖା ଟାଣି ଦେଇଛି ।

ଦୁଇ ବର୍ଷ ହେଲା ବନ୍ଧୁମାନଙ୍କୁ ଏକାଠି କରାଇ ଦେଉନି । ତଥାପି ପ୍ରକୃତ ବନ୍ଧୁତାକୁ ମାଟିରେ ମିଶାଇପାରିନି । ଆଜି ହେଉଛି ସେହି ବନ୍ଧୁତା ଦିବସ । ପୁରୁଣା ବନ୍ଧୁଙ୍କୁ ମନେପକାଇବାକୁ ଆସିଛି ପୁଣି ଏକ ସୁଯୋଗ । ବନ୍ଧୁତା ରକ୍ତର ସମ୍ପର୍କକୁ ବି ପଛରେ ପକେଇ ଦିଏ । ପରିବାରର ମୋହମାୟାଠୁ ଢେର ଉପରେ ଏ ସମ୍ପର୍କ । କେଉଁଠି ତ୍ୟାଗର ଉଦାହରଣ ପାଲଟିଛି ତ ଆଉ କେଉଁଠି ସଫଳତାର ପରିଭାଷା ସାଜିଛି ବନ୍ଧୁତା ।

Spread the love