ଆଜି ରାଜ୍ୟର ଦୀର୍ଘତମ ଫ୍ଲାଏ ଓଭରବ୍ରିଜର ଉଦଘାଟନ

ଆଜି ଓଡ଼ିଶାର ଦୀର୍ଘତମ ଫ୍ଲାଏ ଓଭରବ୍ରିଜର ଉଦଘାଟନ ହେବ । କେନ୍ଦୁଝର ଜିଲ୍ଲା ଯୋଡାଠାରେ ଉଦଘାଟିତ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଦୀର୍ଘତମ ଫ୍ଲାଏ ଓଭରବ୍ରିଜ୍ । ଭିଡିଓ କନଫରେନସିଂ ଜରିଆରେ ଏହାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୫୦ କୋଟି ଟଙ୍କା ବ୍ୟୟରେ ତିଆରି ହୋଇଛି ୩ କିଲୋମିଟରର ଏହି ଦୀର୍ଘତମ ଫ୍ଲାଏ ଓଭର । ଫ୍ଲାଏ ଓଭରର ଚଉଡା ୧୨ ମିଟର ଓ ଭୂମିଠାରୁ ଏହାର ସର୍ବାଧିକ ଉଚ୍ଚତା ୬୦ ଫୁଟ ରହିଛି । ସୁରକ୍ଷା ଦୃଷ୍ଟିରୁ ଫ୍ଲାଏଓଭର ଉପରେ ଥିବା ମୋଡ ଗୁଡ଼ିକରେ ସିଗନାଲ ବୋର୍ଡ ଲଗାଯାଇଛି । ଏଥିରେ ସ୍ୱତନ୍ତ୍ର ଭାବେ ଲୁହା ବିୟରିଂ ପରିବର୍ତ୍ତେ ରବର ନିର୍ମିତ ଇଲେଷ୍ଟ୍ରମେଟ୍ରିକ ବିୟରିଂ ଲଗାଯାଇଛି । ଯାହା ଦ୍ୱାରା ପୋଲର ସ୍ଥାୟିତ୍ୱ ୧୦୦ରୁ ବର୍ଷରୁ ଅଧିକ ହେବ ବୋଲି କୁହାଯାଇଛି । ଯୋଡା ସହରରେ ଟ୍ରାଫିକ୍ ସମସ୍ୟା ଓ ଦୁର୍ଘଟଣା ରୋକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗତ ୨୦୨୦ ନଭେମ୍ବର ମାସ ୧୨ ତାରିଖରେ ଏହି ଫ୍ଲାଏଓଭରର ଭିତ୍ତିିପ୍ରସ୍ତର ସ୍ଥାପନ କରିଥିଲେ ।

Spread the love