ଆଜି ମା’ବିରଜାଙ୍କ ଜନ୍ମୋତ୍ସବ

ଆଜି ପବିତ୍ର ତ୍ରିବେଣୀ ଅମାବାସ୍ଯା। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ସ୍ଵ-ନକ୍ଷତ୍ର ଦିବସ। ଏଥିପାଇଁ ଆଜି ବଢି ଭୋରରୁ ମାଙ୍କୁ ଦର୍ଶନ କରିବା ପାଇଁ ମନ୍ଦିର ରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ପରମ୍ପରା ଅନୁଯାୟୀ ସମସ୍ତ ନୀତିକାନ୍ତି ସ୍ଥିର କରାଯାଇଥିବା ବେଳେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ବ୍ଯାପକ ବ୍ଯବସ୍ଥା କରାଯାଇଛି । ବ୍ରହ୍ମମୁହୂର୍ତରେ ଦେବୀଙ୍କ ନିତ୍ୟସ୍ନାନ ଓ ବେଶ କାର୍ଯ୍ଯ ସରିବା ପରେ ଦେବୀଙ୍କୁ ସ୍ଵ-ନକ୍ଷତ୍ର ବିହିତ ମହାସ୍ନାନ କରାଯିବ । ସ୍ନାନ ପରେ ମା ସାବିତ୍ରୀ ବେଶରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବେ। ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର କୁ ସୁନ୍ଦର ଅଲୋକମାଳା ରେ ସଜ୍ଜିତ କରାଯାଇଛି। ସମ୍ଭାବ୍ଯ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ଧାଡି ବ୍ଯବସ୍ଥା କରାଯାଇଛି। ସନ୍ଧ୍ୟାରେ ମନ୍ଦିର ପରିସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ ଆୟୋଜନ ହେବାର କାର୍ଯ୍ଯକ୍ରମ ରହିଛି। ଆଜିର ସ୍ୱ ନକ୍ଷତ୍ର ଦିବସ ଅବସରରେ ମାଙ୍କ ମୁଖ ଦର୍ଶନ କରି ବେଶ ଆନନ୍ଦ ଲାଭ କରିଛନ୍ତି ଶ୍ରଦ୍ଧାଳୁ।

Spread the love