ଆଜି ବିଶ୍ୱ ଜିରାଫ୍ ଦିବସ

ଭୁବନେଶ୍ବର : ଆଜି ବିଶ୍ୱ ଜିରାଫ୍ ଦିବସ। ଲୋପ ପାଇବାକୁ ବସିଥିବା ବିଶ୍ବରୁ ସୁନ୍ଦର ବନ୍ୟପ୍ରାଣୀ ଜିରାଫର ସୁରକ୍ଷା ପାଇଁ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ତେବେ ନନ୍ଦନକାନନର ଏକମାତ୍ର ମାଈ ଜିରାଫ୍‌ ରହିଛି। ଯାହାର ନା ‘ଖୁସି’ । ଦୀର୍ଘ ବର୍ଷ ହେଲା ଖୁସି ଏକାକି ଜୀବନ ବିତାଉଛି। ନିଜ ଖୁଆଡ଼ରେ ନିଃସଙ୍ଗ ଜୀବନ ବିତାଉଛି । ଦୁଇ ଦୁଇ ଥର ନନ୍ଦନକାନନ କର୍ତ୍ତୃପକ୍ଷ ତା’ ପାଇଁ ଜୀବନ ସାଥୀଟିଏ ଆଣିବା ପାଇଁ ଉଦ୍ୟମ କରିଥିଲେ ବି ଯୋଜନା ଫେଲ୍ ମାରିଛି। ୨ଟି ଅଣ୍ଡିରା ଜିରାଫ୍‌ ଆସିଥିଲେ ସୂଦ୍ଧା ସେମାନେ ବଞ୍ଚି ପାରିନାହାନ୍ତି।

Spread the love