ଆଜି ଜନ୍ମାଷ୍ଟମୀ

ଆଜି ହେଉଛି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । ଉତ୍ତର ପ୍ରଦେଶର ମଥୁରା ଓ ବୃନ୍ଦାବନ ସମେତ ଦେଶର ବିଭିନ୍ନ ସ୍ଥାନରେ ଥିବା ବିଷ୍ଣୁମନ୍ଦିର ଓ ଇସ୍କନ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସାହର ସହିତ ପାଳନ ହେଉଛି । କରୋନା କଟକଣା ମଧ୍ୟରେ ଚାଲିଛି ପୂଜାର୍ଚ୍ଚନା ।

ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ନିଶାର୍ଦ୍ଧରେ ମଥୁରାରେ କାରାଗାର ମଧ୍ୟରେ କୃଷ୍ଣଙ୍କର ଜନ୍ମ ହୋଇଥିଲା । ଦେବକୀଙ୍କର ଅଷ୍ଟମ ଗର୍ଭର ସେ ଜନ୍ମ ହୋଇଥିଲେ । ପ୍ରବଳ ବର୍ଷା ରାତ୍ରୀରେ ପିତା ବାସୁଦେବ ଉଛୁଳା ଯମୁନା ନଦୀ ମଧ୍ୟରେ ତାଙ୍କୁ ଗୋପପୁରକୁ ନେଇଥିଲେ । ସେଠାରୁ ବିଜୁଳି କନ୍ୟାକୁ ସାଙ୍ଗରେ ଧରି ଆସିଥିଲେ । ଏଥିପାଇଁ ସାରା ଭାରତରେ ଜନ୍ମାଷ୍ଟମୀର ମଧ୍ୟ ରାତ୍ରୀରେ କୃଷ୍ଣ ଜନ୍ମନୀତି ସହ ବିଶେଷ ପୂଜାର୍ଚ୍ଚନାର ଆୟୋଜନ ହୋଇଛି । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ-୧୯ ଜନ୍ମାଷ୍ଟମୀ ଉପରେ ପ୍ରଭାବ ପକାଇଛି । କୋଭିଡ କଟକଣା ମଧ୍ୟରେ ଶ୍ରୀକୃଷ୍ଣଙ୍କ ଜନ୍ମନିତୀ ପାରମ୍ପରିକ ରୀତି ନୀତି କରାଯାଉଛି । ଅନୁସାରେ ପାଳନ ଦ୍ୱିତୀୟ ଲହର ଏବେ ବି ଦେଶରେ ଜାରି ରହିଥିବାରୁ ମନ୍ଦିର ଗୁଡ଼ିକରେ ଆବଶ୍ୟକତା ଅନୁଯାୟୀ ଶ୍ରଦ୍ଧାଳୁମାନଙ୍କର ପ୍ରବେଶ ଅନୁମତି ଦିଆଯାଉଛି ।

Spread the love