ଆଜିଠୁ ପୁଣି କାଳିଆ ଦର୍ଶନ

ପୁରୀ ୧୩।୦୯: ତିନି ଦିନ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର। ଗଣେଶ ପୂଜାଠାରୁ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଥିବା ବେଳେ ଆଜିଠାରୁ ପୁଣି ଜଗା ଦର୍ଶନ। ତେବେ କରୋନା କଟକଣାକୁ କିଛି ମାତ୍ରାରେ କୋହଳ କରିଛି ପ୍ରଶାସନ।

ତେବେ  ଏଣିକି ଶ୍ରୀମନ୍ଦିରକୁ ପୂଜା ସାମଗ୍ରୀ ନେଇପାରିବେ ଶ୍ରଦ୍ଧାଳୁ, ଏହା ସହିତ ଆନନ୍ଦ ବଜାରରେ ବସି ମହାପ୍ରସାଦ ମଧ୍ୟ ସେବନ କରିପାରିବେ। ଜଗା ପାଇଁ ଏଣିକି ଶ୍ରଦ୍ଧାଳୁ ନେଇ ପାରିବେ ତୁଳସୀ ମାଳ ଏବଂ ପୂଜା ସାମଗ୍ରୀ। ଏହାସହ ଆନନ୍ଦ ବଜାରରେ ବସି ମହାପ୍ରସାଦ ସେବନ କରିପାରିବେ ଭକ୍ତ। ସେପଟେ ଶାରଦୀୟ ପୂଜା ଲାଗି ପରମ୍ପରା ଅନୁଯାୟୀ ବିଭିନ୍ନ ପୂଜାମଣ୍ଡପ ଆଜି କିଳା ବାଡ଼ିଆ ନୀତି ସମ୍ପନ୍ନ କରିଛନ୍ତି।କୋଭିଡ଼ ମହାମାରୀ ଯୋଗୁଁ ଦୁର୍ଗାପୂଜା ସମ୍ପୁର୍ଣ୍ଣ ନିରାଡ଼ମ୍ବର ଭାବେ ପାଳନ କରିବା ପାଇଁ ମଣ୍ଡପ କର୍ମକର୍ତ୍ତାଙ୍କୁ ପ୍ରଶାସନ ତରଫରୁ କୁହା ଯାଇଛି ।

Spread the love