ଆଜିଠୁ ଖୋଲିଲା ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର

ଆଜିଠୁ ମିଳିଲା ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ। ବିଏମସିର କୋଭିଡ ନିର୍ଦ୍ଦେଶାବଳୀ ଅନୁଯାୟୀ ଖୋଲିଛି ମନ୍ଦିର। ଭକ୍ତମାନେ ଗର୍ଭଗୃହକୁ ପ୍ରବେଶ କରିପାରିବେ ନାହିଁ। କେବଳ ଆଡକଟା ପାଖରୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ଭକ୍ତ । ଦର୍ଶନ ବେଳେ ସାନିଟାଇଜ୍‌ ଓ ମାସ୍କକୁ ଗୁରୁତ୍ୱ ଦିଆଯିବ ।ଯେଉଁମାନେ ଡବଲ ଡୋଜ୍‌ ଟିକା ନେଇଥିବେ ସେମାନେ ମନ୍ଦିର ଭିତରକୁ ପ୍ରବେଶ କରିବେ। ମନ୍ଦିର ଭିତରେ ଗହଳି ଓ ପାନ ଖାଇବା ଉପରେ ବାରଣ କରାଯାଇଛି। ଏକାସାଙ୍ଗରେ ୧୦୦ ଜଣରୁ ଅଧିକ ଲୋକଙ୍କ ପ୍ରବେଶ କରିପାରିବେନି । ମନ୍ଦିର ଭିତରକୁ ଯିବା ପୂର୍ବରୁ ସମସ୍ତଙ୍କର ସ୍କ୍ରିନିଂ କରାଯିବ। ମନ୍ଦିର ଖୋଲିବା ପୂର୍ବରୁ ମନ୍ଦିର ପରିସରକୁ ସାନିଟାଇଜ୍‌ କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ଓ ମନ୍ଦିର ପ୍ରଶସାନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

Spread the love