ଆଜି ପବିତ୍ର ଅଁଳା ନବମୀ

ପୁରୀ: ଆଜି ପବିତ୍ର ଅଁଳା ନବମୀ ।  ଏଥିପାଇଁ ପୁରୀ ଜିଲ୍ଲା ସତ୍ୟବାଦୀର ସାକ୍ଷୀଗୋପୀନାଥ ମନ୍ଦିରରେ ପ୍ରବଳ ଭିଡ଼ ଜିମିଥିବାର ଦେଖିବାକୁ ମିଳିଛି ।  ବର୍ଷରେ ଗୋଟିଏ ଦିନ ମା’ରାଧା ରାଣୀ ଓଡ଼ିଆଣୀ ବେଶରେ ଭକ୍ତଙ୍କୁ ପାଦ ଦର୍ଶନ ଦେଉଛନ୍ତି । ରାଧା ପାଦ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ରାତ୍ର ୧ଟାରୁ ଦ୍ୱାର ଫିଟା ଯାଇଥିବା ବେଳେ ୧.୩୦ ମିନିଟରେ ମଙ୍ଗଳ ଆଳତୀ ପରେ ୧.୩୦ରୁ ୩ଟା ମଧ୍ୟରେ ବେଶ ମଇଲମ ମର୍ଦନ ଅବକାଶ ଲକ୍ଷ୍ମୀନାରାୟଣ ବେଶ ରାତ୍ର ୩ ଟାରୁ ୫.୦୦ ଟା ମଧ୍ୟରେ ସୂର୍ଯ୍ୟପୂଜା ଦ୍ୱାରପାଳ ପୂଜା ବଲ୍ଲଭ ସକାଳ ଧୂପ ବାଳଧୁପ ଓ ମଦନ ମୋହନ ଭୋଗ କରାଯିବା ପରେ ମନ୍ଦିର କର୍ମଚାରୀ ଏବଂ ସେବାୟତ ଦର୍ଶନ କରିଛନ୍ତି ।

ଏହାପରେ ସକାଳ ୫ ଟା ଠାରୁ ସର୍ବ ସାଧାରଣ ଦର୍ଶନ ଆରମ୍ଭ କରାଯାଇଛି । । ପ୍ରଶାସନ ପକ୍ଷରୁ ଭକ୍ତଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Spread the love