ଆଜି ନିଟ୍ ୟୁଜି ପରୀକ୍ଷା

ଭୁବନେଶ୍ୱର  : ଆଜି ନିଟ୍ ୟୁଜି ପରୀକ୍ଷା ଏବଂ ୧୮ ଲକ୍ଷ ୭୨ ହଜାର ୩୨୯ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।ସେଥିମଧ୍ୟରୁ ୧୦ ଲକ୍ଷ ୬୪ ହଜାର ଛାତ୍ର, ୮ ଲକ୍ଷ ୭ ହଜାର ୭୧୧ ଛାତ୍ରୀ ଅଛନ୍ତି । । ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଗୋଟିଏ ସିଟିଂରେ ହେବ ପରୀକ୍ଷା । ତେବେ ଦେଶର ୫୪୩ ସହର ସମେତ ବିଦେଶର ୧୪ଟି ସହରରେ ପରୀକ୍ଷା ହେବ। ଆବୁଧାବି, ବ୍ୟାଙ୍କଙ୍କ୍ , କଲମ୍ବୋ, ଦୋହା, ଦୁବାଇ, କାଠମାଣ୍ଡୁ, କ୍ବୁଲାଲମ୍ବପୁର, କ୍ବଏତ୍ ସହର, ଲା ଗୋସ୍ , ମାନାମା, ମାସ୍କର୍ଟ, ରିୟାଦ, ସାରଜା, ସିଙ୍ଗାପୁର ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। ଗତବର୍ଷ ପରି ଏଥର ମଧ୍ୟ ୧୩ଟି ଭାଷାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ।ଯଥା ଇଂରାଜୀ, ହିନ୍ଦୀ, ବେଙ୍ଗଲି, ଗୁଜୁରାଟି, କନ୍ନଡ, ମାଲାୟଲମ୍ , ମରାଠି, ପଞ୍ଜାବୀ, ତାମିଲ, ତେଲଗୁ ଓ ଉର୍ଦ୍ଦୁ ଭାଷାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ।

Spread the love