ଜାଭେଲିନ୍‌ରେ ଚମକିଲେ ନୀରଜ, ଦମଦାର ପ୍ରଦର୍ଶନ କରି ଫାଇନାଲରେ କଲେ ଏଣ୍ଟ୍ରି

ଟୋକିଓ: ଅଲିମ୍ପିକ୍ସର ଦ୍ବାଦଶ ଦିବସରେ ଭାରତୀୟ ଦଳର ଶାନଦାର ଆରମ୍ଭ। ପୁରୁଷ ବର୍ଗ ଜାଭେଲିନ୍‌ ଥ୍ରୋ ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟରେ ଦମଦାର ପ୍ରଦର୍ଶନ କରିଛନ୍ତି ନୀରଜ ଚୋପ୍ରା। ୮୬.୬୫ ମିଟର ଥ୍ରୋ କରି ଗ୍ରୁପ-ଏ ର ଶୀର୍ଷରେ ରହିବା ସହତି ଜାଭେଲିନ୍‌ ଫାଇନାଲକୁ ପ୍ରବେଶ କରିଛନ୍ତି ନୀରଜ । ଯାହାଫଳରେ ଭାରତ ପାଇଁ ଆଉ ଏକ ପଦକ ଆଶା ଉଜ୍ଜବୀତ ହୋଇଛି। ସେହିପରି ଗ୍ରୁପ୍-ବିରେ ଥିବା ଶିବପାଲଙ୍କ ଉପରେ ମଧ୍ୟ ନଜର ରହିଛି। ଶିବପାଲ ପ୍ରଥମ ପ୍ରୟାସରେ ୭୪.୬୦ ମିଟର ଥ୍ରୋ କରି ଗ୍ରୁପର ୫ମ ସ୍ଥାନରେ ଅଛନ୍ତି। ଆଉ ୨ଟି ଥ୍ରୋ ବାକି ଥିବାବେଳେ ଶିବପାଲଙ୍କ ଉପରେ ରହିଛି ସମସ୍ତଙ୍କ ନଜର।

 

Spread the love