ଏବେ ହଲକୁ ଆସିବନି ଫିଲ୍ମ ‘ଭେନମ୍-୨’, ଘୁଞ୍ଚିଲା ରିଲିଜ ତାରିଖ

ବ୍ଲକବଷ୍ଟର ହଲିଉଡ ଫିଲ୍ମ ଭେନମର ଦ୍ୱିତୀୟ ପାର୍ଟ ‘ଭେନମ୍: ଲେଟ୍ ଦେୟାର ବି କାର୍ନେଜ୍’ ରିଲିଜକୁ ଲୋକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । କିନ୍ତୁ ପୁଣି ଥରେ ଫିଲ୍ମର ରିଲିଜ୍ ଡେଟ୍ କୁ ବଢାଇ ଦିଆଯାଇଛି । ଫିଲ୍ମକୁ ୨୦୨୦ ମସିହାରେ ରିଲିଜ୍ କରିବାର ଥିଲା । କିନ୍ତୁ କରୋନା ମହାମାରୀ କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ସୂଚନା ଅନୂଯାୟୀ, ଏହି ଫିଲ୍ମ ୧୭ ସେପ୍ଟେମ୍ବର ୨୦୨୧ ରେ ସିନେମା ହଲ୍ ରେ ରିଲିଜ୍ ହେବ ।
ପୂର୍ବରୁ ‘ଭେନମ୍: ଲେଟ୍ ଦେୟାର ବି କାର୍ନେଜ୍’ ଅକ୍ଟୋବର ୨ ଅକ୍ଟୋବର ୨୦୨୦ରେ ରିଲିଜ୍ ହେବାର ଥିଲା । ଏହା ପରେ ଫିଲ୍ମର ନୂଆ ରିଲିଜ୍ ଡେଟ୍ ୨୫ ଜୁନ୍ ୨୦୨୧ କୁ ଘୁଞ୍ଚାଇ ଦିଆଯାଇଥିଲା । ଏହି ଫିଲ୍ମକୁ ଦର୍ଶକ ବହୁତ ଅପେକ୍ଷା କରିଛନ୍ତି ଏବଂ ଏଥିରେ ଥିବା ଟମଙ୍କ ଚରିତ୍ର ନିଜର ଜବରଦସ୍ତ ଆକ୍ସନ୍ ପାଇଁ ବେଶ ଜଣାଶୁଣା ।
‘ଭେନମ୍: ଲେଟ୍ ଦେୟାର ବି କାର୍ନେଜ୍’ ରେ ଟମ୍ ହାର୍ଡି ଜଣେ ସାମ୍ବାଦିକ ଭୂମିକାରେ ଅଭିନୟ କରିବେ ଯିଏକି ଗୋଟିଏ ଏଲିୟନ୍ ସହିତ ଜଡିତ । ଏହି ଫିଲ୍ମରେ ହାରେଲସନ୍ ଏବଂ କେଭିନ୍ ହାର୍ଟ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ । ଏହାର ପ୍ରଥମ ଭାଗ ୨୦୧୮ ରେ ଆସିଥିଲା ​​। ଭେନମର ଶେଷରେ ୱୁଡି ହାରେଲସନ୍ ଦେଖାଯାଇଥିଲେ ଯିଏ ସିକ୍ୱେଲରେ ମୁଖ୍ୟ ଭିଲେନ୍ ହେବେ ।

Spread the love