ପାକିସ୍ତାନରେ ଟମୋଟୋ କେଜି 300 ଟଙ୍କା ଛୁଇଁଲା

ପାକିସ୍ତାନ ସରକାର ନିଜ ଗୋଡରେ ନିଜେ  କୁରାଢୀ ମାରିଛି । ଭାରତ ସହ ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିବା ଦ୍ୱାରା  ଭାରତରୁ ପାକିସ୍ତାନକୁ ଯାଉଥିବା ସାମଗ୍ରୀ ପାକିସ୍ତାନରେ ଆକାଶଛୁଇଁ ଦର ବୃଦ୍ଧି ପାଇଛି । ସେଠାରେ ଟମାଟୋ କେଜି 300 ଟଙ୍କାରେ  ବିକ୍ରି ହେଉଛିବା ଜଣାପଡିଛି । ପାକିସ୍ତାନ ସରକାର ଭାରତ ସହିତ ବ୍ୟବସାୟିକ ସଂପର୍କ ଛିନ୍ନ କରିବା ପରେ ଅନ୍ୟାନ୍ୟ ପରିବାର ସହିତ ଟମାଟୋ ମଧ୍ୟ ସେଠାକୁ ଯାଇ ପାରୁ ନାହିଁ। ତେଣୁ ସେଠାରେ ଏଭଳି ଭୟଙ୍କର ସ୍ଥିତି ଦେଖା ଦେଇଛି। ପାକିସ୍ତାନ ଭାବିଥିଲା, ବ୍ୟବସାୟିକ ସଂପର୍କ ଛିନ୍ନ କଲେ ଭାରତ ଅଡ଼ୁଆରେ ପଡ଼ିବ। କିନ୍ତୁ ଫଳ ଓଲଟା ହେଲା। ପାକିସ୍ତାନର ଏ ନିଷ୍ପତ୍ତି ଦ୍ୱାରା ଏଯାଏ ଭାରତର କିଛି ହାନି ହୋଇନାହିଁ ।

ଭାରତୀୟ ଟ୍ରକ୍‌ ଅପରେଟର୍‌ ସଂଘ ପକ୍ଷରୁ କୁହାଯାଇଛି, ଅଟ୍ଟାରି ସୀମାରେ ଥିବା ଭାରତୀୟ ଟ୍ରକ୍‌ ବେପାରୀ ଓ ଚାଷୀଙ୍କର କ୍ଷତି ହେବ ବୋଲି ଭାବି ଭାରତ ସହିତ ବ୍ୟବସାୟିକ ଚୁକ୍ତି ବାତିଲ କରିଥିଲା ପାକିସ୍ତାନ। ହେଲେ ଏପରି ପଦକ୍ଷେପ ନେଇ ପାକିସ୍ତାନ ତା’ ମୂର୍ଖାମୀର ପରିଚୟ ଦେଇଛି। ବ୍ୟବସାୟିକ ଚୁକ୍ତି ବାତିଲ୍ ହେବା ପୂର୍ବରୁ ହିଁ ପାକିସ୍ତାନରେ ପରିବା ଦାମ୍ ଅତ୍ୟଧିକ ରହିଥିଲା। ଏବେ ଏହା ଆହୁରି ବଢ଼ିବ। କାରଣ ଏବେ ଯେଉଁଠାରୁ ପରିବା ଆମଦାନୀ କରିବ ଅଧିକ ଅର୍ଥ ବ୍ୟୟ କରିବ। ଏମିତିରେ ତ ଦେଶରେ ଆର୍ଥିକ ସ୍ଥିତି ଖରାପ ରହିଛି। ଖାଲି ପରିବା ଦର ନୁହେଁ, ପାକିସ୍ତାନରେ ଗୋଟିଏ ରୁଟିର ଦାମ୍‌ ହୋଟେଲ୍‌ ଗୁଡ଼ିକରେ 8 ରୁ 10 ଟଙ୍କା ଥିବାବେଳେ ତନ୍ଦୁରୀ ରୁଟିର ଦାମ 12ରୁ 15ଟଙ୍କା ରହିଛି।

Spread the love