ବିଲରୁ ଅଢେଇ ଲକ୍ଷର ଟମାଟୋ ନେଇଗଲେ ଚୋର, ଥାନାରେ ମାଲିକ

ନୂଆଦିଲ୍ଲୀ : ଟମାଟୋ ଦର ଆକାଶ ଛୁଆଁ । ଟମାଟୋ କିଲୋ ପ୍ରତି ୫୦ କି ୬୦ ନୁହେଁ ସିଧା ୧୫୦ ଉପରେ । ପେଟ୍ରୋଲଠୁ ବି ମହଙ୍ଗା ଟମାଟୋ । ଏହା ମଧ୍ୟରେ କର୍ଣ୍ଣାଟକର ହସନ ଜିଲ୍ଲାରେ ଚାଷ ଜମିରୁ ଅଢେଇ ଲକ୍ଷ ଟଙ୍କାର ଟମାଟୋ ଚୋରି ହୋଇଥିବା ଜଣାପଡିଛି । ମହିଳା ଚାଷୀ ଧରନି ୨ ଏକର ଜମିରେ କରିଥିଲେ ଟମାଟୋ ଚାଷ । ଟମାଟୋ ଦର ବଢୁଥିବାରୁ ଟମାଟୋ ବିକି କିଛି ଅଧିକ ଟଙ୍କା ରୋଜଗାର ଲକ୍ଷ୍ୟରେ ଥିଲେ ଧରନି । ମାତ୍ର ଏହା ପୂର୍ବରୁ ଜୁଲାଇ ୪ ତାରିଖ ରାତିରେ କେହି ଧରନିଙ୍କ ଜମିରୁ ପ୍ରାୟ ଅଢେଇ ଲକ୍ଷ ଟଙ୍କାର ଟମାଟୋ ଚୋରି କରିନେଇଥିବା ଅଭିଯୋଗ ହୋଇଛି । ଋଣ କରି ଟମାଟୋ ଚାଷ କରିଥିଲେ ଧରନି। ଚୋର ୫୦ରୁ ୬୦ ବ୍ୟାଗ ଟମାଟୋ ନେଇଯାଇଥିବାବେଳେ ବହୁ ଟମାଟୋ ଗଛ ମଧ୍ୟ ନଷ୍ଟ କରିଦେଇଛନ୍ତି । ଏନେଇ ହଲେବେଡୁ ଥାନାରେ ମାମଲା ରୁଜୁ କରିଛନ୍ତି ଧରନି।

Spread the love