ଶାଢୀରେ ବୋଲ୍ଡ ଅବତାର ଦେଖାଇଲେ ରିୟା, ଫଟୋ ଭାଇରାଲ୍‌

ମୁମ୍ଵାଇ ୨୯।୧୦: ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ସୋସିଆଲ ମିଡିଆରେ ନିଜର ସୁନ୍ଦର ଫଟୋ ପାଇଁ ବେଶ୍‌ ଚର୍ଚ୍ଚାରେ ରୁହନ୍ତି। ରିୟା ଚକ୍ରବର୍ତ୍ତୀ ତାଙ୍କ ଷ୍ଟାଇଲ୍ ଷ୍ଟେଟମେଣ୍ଟ ପାଇଁ ବେଶ୍ ଜଣାଶୁଣା । ଅଭିନେତ୍ରୀ ଇଣ୍ଡୋ ୱେଷ୍ଟର୍ଣ୍ଣ ଲୁକ୍ ସହିତ ପୁଣି ଥରେ ଧମାଲ୍‌ କରୁଛନ୍ତି। ଏହି ଫଟୋ ଗୁଡ଼ିକରେ, ଅଭିନେତ୍ରୀ ଏକ ଉଚ୍ଚ ଥାଇ ସ୍ଲିଟ୍ ଶାଢୀରେ ନିଜର ଟୋନ୍‌ ହେଇଥିବା ଗୋଡକୁ ଦେଖାଇଛନ୍ତି । ଅଭିନେତ୍ରୀଙ୍କ ଏହି ବୋଲ୍ଡ ଫଟୋ  ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।  

ତାଙ୍କର ଏହି ପାଶ୍ଚାତ୍ୟ ଶାଢୀ ଲୁକ୍‌ ବର୍ତ୍ତମାନ ଚର୍ଚ୍ଚା ପାଲଟିଛି । ଏହି ହଳଦିଆ ରଙ୍ଗର ଶାଢୀରେ ରିୟା ଖୁବ୍‌ ସୁନ୍ଦର ଦେଖାଯାଉଥିବା ବେଳେ ଉଚ୍ଚ ସ୍ଲିଟ୍ କଟ୍ ଶାଢୀରେ ନଜର ଭିନ୍ନ ପୋଜ୍‌ ଦେଇଛନ୍ତି। ଏହା ସହିତ ରିୟା ତାଙ୍କ ଲୁକ୍‌ ପାଇଁ ନ୍ୟୁଡ୍‌ ମେକ୍ ଓଭର କରିବା ସହ ହାତରେ ଚୁଡି ଏବଂ କାନରେ ବଡ ବଡ କାନ ଫୁଲ୍‌ ଲଗାଇଛନ୍ତି । ଏହା ସହିତ ରିୟା ହାଇ ହିଲରେ ରାଜକୁମାରୀ ପରି ଦେଖାଯାଉଛନ୍ତି।

ଅଭିନେତ୍ରୀଙ୍କ ବୋଲ୍ଡ ଅବତାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ୟୁଜର୍ସମାନେ ନା ନା ପ୍ରକାରର କମେଣ୍ଟ ଦେବା ସହ ଟ୍ରୋଲ କରାଯାଉଛି। ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ରିୟା ଚକ୍ରବର୍ତ୍ତୀଙ୍କୁ ଏହି ଟ୍ରୋଲିଂ ଦେଇ ଗତି କରୁଛନ୍ତି। ଏହା ପୂର୍ବରୁ ମଧ୍ୟ ଅଭିନେତ୍ରୀ ଅନେକ ଥର ଟ୍ରୋଲର ଶିକାର ହୋଇଛନ୍ତି।

Spread the love