ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

 

ବିଶେଷଜ୍ଞଙ୍କ ମତରେ ଏକାସହ ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ଖାଇବା ଦ୍ୱାରା ଏହା ଓଜନ,ପେଟ, ରକ୍ତରେ ଶର୍କରାରେ ମଧ୍ୟ କୁପ୍ରଭାବ ପକାଇଥାଏ। ଜାଣନ୍ତୁ….

ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ଖାଇବା ଦ୍ୱାରା ଅଧିକ ଅଳସୁଆ ଲାଗିଥାଏ। ଫଳରେ କାର୍ଯ୍ୟ କରିବାକୁ ଇଚ୍ଛା ହୋଇନଥାଏ। ଫଳରେ ଦିନ ସମୟରେ କାର୍ଯ୍ୟ ପ୍ରଭାବିତ ହେବା ସହ ରାତିରେ ନିଦ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।ଏହାସହ ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ପାଇଥାଏ। ଫଳରେ ମଧୁମେହ ହେବାର ସମ୍ଭାବନା ଅଧିକ ଥାଏ।ଅଧିକ ଖାଦ୍ୟ ଖାଇବା ଦ୍ୱାରା ମୋଟାପଣ ବୃଦ୍ଧି ପାଇଥାଏ। ପାଚନ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
ଅଧିକ ଖାଦ୍ୟ ଖାଇବା ଦ୍ୱାରା ପାଚନ ଉପରେ ପ୍ରଭାବ ପଡିବା ଫଳରେ ଗ୍ୟାଷ୍ଟ୍ରିକ,ଏସିଡିଟି, ପେଟ ଫୁଲିବା ଭଳି ସମସ୍ୟା ହୋଇଥାଏ।ମସ୍ତିଷ୍କ ଉପରେ ପ୍ରଭାବ ପଡିବା ସହ ସ୍ମରଣ ଶକ୍ତି ଉପରେ ମଧ୍ୟ କୁପ୍ରଭାବ ପଡିଥାଏ।ଅତ୍ୟଧିକ ଖାଦ୍ୟ ଖାଇବା ଦ୍ୱାରା ହୃଦୟ ଉପରେ କୁପ୍ରଭାବ ପଡିବା ସହ ରକ୍ତଚାପ ବୃଦ୍ଧି ହୋଇଥାଏ।

 

Spread the love