ଖୁବଶୀଘ୍ର ଆସୁଛି ଶ୍ରୀଜଗନ୍ନାଥଙ୍କ ଉପରେ ନିର୍ମିତ ପ୍ରଥମ ଓଡ଼ିଆ ୨ଡି ଆନିମେସନ୍‌ ସିରିଜ୍‌

ଭୁବନେଶ୍ୱର : ପ୍ରମୁଖ ଅନ୍ତର୍ଜାତୀୟ ଶିଶୁ ଓ ପାରିବାରିକ ମନୋରଞ୍ଜନ ସଂସ୍ଥା ଟୁନ୍‌ଜ ମିଡିଆ ଗ୍ରୁପ୍‌ ଏବଂ ଓଡ଼ିଶାର ଉଦୀୟମାନ ଆନିମେସନ୍‌ କମ୍ପାନୀ ଏଲି ଆନିମେସନ୍ସର ମିଳିତ ସହଭାଗିତାରେ ନିର୍ମିତ ହୋଇଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ପ୍ରଥମ ଓଡ଼ିଆ ଆନିମେସନ୍‌ ସିରିଜ୍‌ । “ଜୟ ଜଗନ୍ନାଥ” ନାଁରେ ନାମିତ ଏହି ବିବିଧ ବିଭାଗର ସିରିଜ୍‌ ବିଶେଷ କରି ଶିଶୁମାନଙ୍କ ମନ ଜିଣିବା ସହ ସାରା ପରିବାରର ଲୋକପ୍ରିୟତା ହାସଲ କରିବା ଆଶା ରହିଛି।

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଜଡ଼ିତ ବିଭିନ୍ନ ଜଣା ଅଜଣା କାହାଣୀକୁ ଅଧିକ ସଂଖ୍ୟାରେ ଦର୍ଶକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଏଲି ଆନିମେସନ୍‌ର ସଂକଳ୍ପବଦ୍ଧତାରୁ ଜନ୍ମ ନେଇଥିବା ଏହି “ଜୟ ଜଗନ୍ନାଥ” ସିରିଜରେ ଆନିମେସନ୍‌ ଜରିଆରେ ଏବଂ ମଜାଳିଆ ଶୈଳୀରେ ପ୍ରସଙ୍ଗଗୁଡ଼ିକୁ ଉପସ୍ଥାପନ କରାଯାଇଛି। ହୋଇଛି। ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କର ମହକ ଏହି ସିରିଜ୍‌ରେ ପ୍ରତିଫଳିତ। ବନ୍ଧୁତା, ଭକ୍ତି ଏବଂ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଏଥିରେ ଉପସ୍ଥାପନ କରାଯାଇଛି, ଯାହା ଲୋକଙ୍କୁ କାହାଣୀରେ ବାନ୍ଧିରଖିବ । ଏଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ (ସିରିଜ୍‌ରେ ଜଗନ୍‌) ସହ ଭକ୍ତ ବଳରାମ ଦାସଙ୍କ ମଧ୍ୟରେ ଥିବା ନିଃସ୍ବାର୍ଥପର ବନ୍ଧୁତାର କାହାଣୀ ରହିଛି। ବଳରାମ ଦାସ ଜଗନ୍ନାଥଙ୍କୁ ବନ୍ଧୁ, ରକ୍ଷାକର୍ତ୍ତା ଏବଂ ଦେବତା ଭାବେ ଗ୍ରହଣ କରିଥିବାର କଥା ମଧ୍ୟ ରହିଛି। ଏହି ୫୨×୧୧″ ଆନିମେଟେଡ୍ ସିରିଜ୍‌ର ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି ଓନର ହିସାବରେ ଏଲି ଆନିମେସନ୍‌ ପକ୍ଷରୁ ଟୁନ୍‌ଜ ମିଡିଆ ଗ୍ରୁପ୍‌କୁ ଏକ୍ସକ୍ଲୁସିଭ୍‌ ଡିଷ୍ଟ୍ରିବ୍ୟୁସନ୍‌ ରାଇଟ୍ସ ପ୍ରଦାନ କରାଯାଇଛି। ଏହି ସିରିଜ୍‌ ପାରିବାରିକ ଏଣ୍ଟରଟେନମେଣ୍ଟ ଭିତ୍ତିକ ହୋଇଥିବାବେଳେ, ଏଥିରେ ଆକ୍ସନ୍, ହାସ୍ୟରସ ଏବଂ ମଜା ଭରି ରହିଛି। ଏହା ସହ ଦୈବୀଶକ୍ତି, ବନ୍ଧୁତାର ସୌନ୍ଦର୍ଯ୍ୟ ଏବଂ ଭାରତର ସାଂସ୍କୃତିକ ଐତିହ୍ୟ କଥା ବି ରହିଛି।
ଡିଷ୍ଟ୍ରବ୍ୟୁସନ୍‌ ବ୍ୟତୀତ, ଏଲି ଆନିମେସନ୍ସ ତରଫରୁ ଟୁନ୍‌ଜକୁ ଯେକୌଣସି ମାଧ୍ୟମରେ ଏବଂ ଫର୍ମାଟରେ ଏହି ସିରିଜ୍‌କୁ ପରିଚାଳନା କରିବା ଏବଂ ଡିଷ୍ଟ୍ରିବ୍ୟୁଟ୍‌ କରିବାର ଲାଇସେନ୍ସ ପ୍ରଦାନ କରିଛି। ଟୁନ୍‌ଜ ନିଜର ୟୁଟ୍ୟୁବ୍‌ ଚ୍ୟାନେଲରେ ଏହି ସିରିଜ୍‌କୁ ଡିଷ୍ଟ୍ରିବ୍ୟୁଟ୍‌ କରିବାର ଅଧିକାର ପାଇଛି।

ଟୁନ୍‌ଜ ମିଡିଆ ଗ୍ରୁପ୍‌ ଲାଇସେନ୍ସିଂ ଏବଂ ମର୍କାଣ୍ଡାଇଜିଂ କାର୍ଯ୍ୟକଳାପର ଦାୟିତ୍ବ ମଧ୍ୟ ନେବ। ଫଳରେ ମର୍କାଣ୍ଡାଇଜ୍‌ ଆଉଟଲେଟ୍‌ ସକାଶେ ସୁଯୋଗ ସୃଷ୍ଟି ହୋଇପାରିବ ଏବଂ ମର୍କାଣ୍ଡାଇଜ୍‌କୁ ପ୍ରମୋଟ୍‌ କରାଯାଇପାରିବ। ଟୁନ୍‌ଜ ମିଡିଆ ଗ୍ରୁପର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପି ଜୟକୁମାର କହିଛନ୍ତି, “ଟୁନ୍‌ଜ ଏଲି ଆନିମେସନ୍ ସହିତ ଏକ ସ୍ଥାୟୀ ସମ୍ପର୍କ ସ୍ଥାପନ କରିସାରିଛି ଏବଂ ଏହି ଆକର୍ଷଣୀୟ ଆଇପି ପାଇଁ ଆମେ ପୁଣିଥରେ ସେମାନଙ୍କ ସହ ଯୋଡ଼ିହୋଇ ବେଶ ଖୁସି। “ଜୟ ଜଗନ୍ନାଥ” ନିଶ୍ଚିତ ଭାବରେ ପିଲାଙ୍କ ସମେତ ସମସ୍ତ ବୟସ ବର୍ଗର ଦର୍ଶକଙ୍କୁ ମନୋରଞ୍ଜନ ଦେବ । ଆମେ ନିଶ୍ଚିତ ଯେ ଆମ ଦୁହିଁଙ୍କ ପାଇଁ ବହୁତ ସୁଯୋଗ ଅଛି ଏବଂ ଏହି ଆଇପିକୁ ସଫଳ କରିବା ପାଇଁ ଆଗ୍ରହୀ ଅଛୁ।”

ଏଲି ଆନିମେସନ୍ସ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ଦୁର୍ଗା ପ୍ରସାଦ ଦଳାଇ କହିଛନ୍ତି: “ଜୟ ଜଗନ୍ନାଥ”କୁ ସାରା ବିଶ୍ୱରେ ଦର୍ଶକଙ୍କ ନିକଟରେ ପହଞ୍ଚାଇବା ପାଇଁ ଟୁନ୍‌ଜ ମିଡିଆ ଗ୍ରୁପ୍ ସହ ସହଭାଗିତା କରି ଆମେ ଅତ୍ୟନ୍ତ ଆନନ୍ଦିତ। ଆମର ଲକ୍ଷ୍ୟ ହେଉଛି ପ୍ରଭୁ ଜଗନ୍ନାଥଙ୍କ କାହାଣୀର ସମୃଦ୍ଧତାକୁ ଏକ ଆକର୍ଷଣୀୟ ତଥା ସାଂସ୍କୃତିକ ଉପାୟରେ ସମସ୍ତଙ୍କ ପାଖରେ ପହଞ୍ଚାଇବା।”

ଟୁନ୍‌ଜ ହେଉଛି ଏକ 360-ଡିଗ୍ରୀ ମିଡିଆ ପାୱାରହାଉସ୍ ଯାହାକି ଦୁଇ ଦଶନ୍ଧିରୁ ଅଧିକ ବର୍ଷର ଅନନ୍ୟ ଅନୁଭୂତି ଏବଂ ବିଶ୍ବର ସବୁଠାରୁ ସକ୍ରିୟ ଆନିମେସନ୍ ପ୍ରହକ୍ସନ ଷ୍ଟୁଡିଓ ମଧ୍ୟରୁ (10,000 ମିନିଟରୁ ଅଧିକ 2D ଏବଂ CGI ଶିଶୁ ଏବଂ ପରିବାର ବିଷୟବସ୍ତୁ) ଅନ୍ୟତମ। ଟୁନ୍‌ଜ ପାଖରେ ଏହାର ଅନେକ ଆନିମେସନ୍ ଏବଂ ଲାଇଭ୍ ଆକ୍ସନ୍ ସିରିଜ୍ ଏବଂ ଓ୍ବଲଭରାଇନ୍, ମାର୍ଭେଲ ସହିତ ଦି ଏକ୍ସ-ମେନ, ସ୍ପିଡ୍ରେସର, ନେକ୍ସଟ୍ ଜେନେରେସନ୍ ସହିତ ଲାୟନ୍ସଗେଟ୍, ୟୁନିଭର୍ସାଲ୍‌ ସହିତ ମୋଷ୍ଟଲି ଘୋଷ୍ଟଲି, ଗମ୍ମି ବିୟର ଏବଂ ଫ୍ରେଣ୍ଡସ୍ ସହିତ ଅଧିକ ଚଳଚ୍ଚିତ୍ର ରହିଛି। ବ୍ଲକ୍ ଚେନ୍ R&D କମ୍ପାନୀ ଗାର୍ଡିଆନ୍ ଲିଙ୍କ୍ ସହିତ ମିଳିତ ଭାବରେ ଟୁନ୍‌ଜ ଏହାର ପ୍ରଥମ ପ୍ରକାରର NFT ଡିଜାଇନ୍ ଲ୍ୟାବ୍ – ଟୁନ୍‌ଜ NFTLabs ଲଞ୍ଚ କରି NFT ସ୍ପେସରେ ପ୍ରବେଶ କରିଛି। www.toonz.co ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଆନିମେସନ୍ ସେଗମେଣ୍ଟରେ ଏକ ପ୍ରମୁଖ ରପ୍ତାନିକାରୀ କମ୍ପାନୀ ଭାବରେ ଏଲି ଆନିମେସନ୍‌ଗୁଡ଼ିକ ଆଗକୁ ବଢ଼ୁଛି। ଅତ୍ୟାଧୁନିକ ଜ୍ଞାନକୌଶଳ, ସର୍ବୋଚ୍ଚ ଗୁଣ ଏବଂ ମୌଳିକ କାହାଣୀ କହିବା ଶୈଳୀ ପ୍ରଦାନ କରୁଛି। ଏକ ଶକ୍ତିଶାଳୀ ଅନ୍ତର୍ଜାତୀୟ ଉପସ୍ଥିତି ସହିତ ୩୬ରୁ ଅଧିକ ଦେଶରେ ଗ୍ରାହକଙ୍କୁ ସେବା ରପ୍ତାନିକାରୀ, ଏଲି ଆନିମେସନ୍ ବର୍ତ୍ତମାନ ନିଜସ୍ୱ ଆଇପି ପ୍ରଡକ୍ଟ ଏବଂ ଟୁନ୍‌ଜ ସହିତ ଏକ ଅନ୍ତର୍ଜାତୀୟ IP ସହଭାଗିତା ଆଗକୁ ଆଗକୁ ବଢ଼ିଚାଲିଛି। www.eleanimations.com ରେ ଅଧିକ ଜାଣନ୍ତୁ।

Spread the love