ସମୁଦ୍ର ଭିତରେ ମାଛ ଘୁର୍ଣ୍ଣିଝଡ

ନୂଆଦିଲ୍ଲୀ ୦୫/୦୮; ଘୁର୍ଣ୍ଣିବଳୟ ଆକାରରେ ମାଛ। ଗୋଲାକାର ଭାବେ ସମୁଦ୍ର ଭିତରେ ହୋଇଛନ୍ତି ଏକଜୁଟ୍‌। ମାଛଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଯେଉଁଥିରେ ହଜାର ହଜାର ଛୋଟ ମାଛକୁ ଏକାଠି ଦେଖିବାକୁ ମିଳିଛି। ଘୁର୍ଣ୍ଣିବଳୟ ହେଲେ ପବନ ଏବଂ ଧୂଳି ଯେପରି ଏକତ୍ରିତ ହୋଇ ଗୋଲାକାର ହୋଇଉଠେ। ସେହିପରି ସମୁଦ୍ର ଭିତରେ ମାଛଙ୍କର ଅବସ୍ଥା। ଏହି ସୁନ୍ଦର ଭିଡିଓକୁ ଅନେକ ଲୋକ ପସନ୍ଦ ମଧ୍ୟ କରିଛନ୍ତି।
ଭିଡିଓଟି ପ୍ରଥମେ ଜୁଲାଇ ୭ ରେ ଇନଷ୍ଟାଗ୍ରାମରେ ସେୟାର କରାଯାଇଥିଲା।  ଜାପାନର ଏହି ଭିଡିଓକୁ ଟାଟସୁ ପେଜ୍‌ରୁ ସେୟାର କରଯାଇଛି। ଟାଟସୁ ଜଣେ  ଫଟୋଗ୍ରାଫର। ସେ ପ୍ରାୟ ସମୟ ସାମୁଦ୍ରିକ ଜୀବଙ୍କର ଫଟୋ ଏବଂ ଭିଡିଓ ସେୟାର କରିଥାନ୍ତି।  ଏହି ଭିଡିଓକୁ ୩ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। ଭିଡିଓକୁ ୨ ଲକ୍ଷରୁ ଅଧିକ ଲାଇକ୍ ମିଳିଛି ।

ଏହି ମାଛ ଘୁର୍ଣ୍ଣିଝଡରେ ଛୋଟ ଛୋଟ ମାଛଙ୍କୁ ଏକାଠି ଦେଖିବାକୁ ମିଳିଛି।  ଏହି ଭିଡିଓରେ ଅନେକ ଲୋକ ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ ବେଶ୍‌ ସୁନ୍ଦର ଦୃଶ୍ୟ ବୋଲି କହିଥିବା ବେଳେ କିଛି ଲୋକ ମାଛ ମାନଙ୍କୁ କୁଚିତ୍‌ ଏମିତି ଦେଖିବାକୁ ମିଳେ ବୋଲି କହିଛନ୍ତି।

Spread the love