ଅଁଳା ନବମୀ: ରାଧା ପାଦ ଦର୍ଶନ କରିବେ ଭକ୍ତ, କିନ୍ତୁ ଛୁଇଁବା ମନା

ନିମାପଡା ୦୧/୧୧: ବୁଧବାର ଅଁଳା ନବମୀ । ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ରାଧା । ସାକ୍ଷୀଗୋପାଳ ମନ୍ଦିର ପରିସରରେ ଅଁଳା ନବମୀ ଅନୁଷ୍ଠିତ ହେବ । ତେବେ କରୋନା କଟକଣା କୋହଳ ପରେ ଦୁଇ ବର୍ଷ ଭକ୍ତଙ୍କୁ ଦର୍ଶନ ଦେବେ ରାଧାରାଣୀ । ହେଲେ ଚଳିତ ବର୍ଷଙ୍କ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ହେଲେ ଏ ବର୍ଷ ମଧ୍ୟ ଭକ୍ତମାନେ ରାଧାଙ୍କ ପାଦ ଛୁଇଁପାରିବେନି ଭକ୍ତ ।

ଭକ୍ତଙ୍କୁ ପାଦ ଛୁଇଁବାକୁ ବାରଣ କରିଛି ପ୍ରଶାସନ । ଅଧିକ ଭିଡକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ । ଏହାସହ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିଛି ଜିଲ୍ଲା ପ୍ରଶାସନ । ଏଥିପାଇଁ ନିୟୋଜିତ ହେବେ ୩ ଜଣ ADD SP, ୮ଜଣ DSP , ୧୮ଜଣ INSP , ୭୪ ଜଣ ASI , ୧୦୦ ଜଣ ହାବିଲଦାର ଓ କନେଷ୍ଟବଳ, ଗୃହରକ୍ଷୀଙ୍କ ସମେତ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବ । ତେବେ ପୁରୀ SPଙ୍କ ନଜରରେ ରହିବ ସମସ୍ତ ଅଞ୍ଚଳ ।

Spread the love