ପରଲୋକରେ ଟୋୟୋଟା କିର୍ଲୋସ୍କର ଭାଇସ ଚେୟାରମ୍ୟାନ୍

ବେଙ୍ଗାଲୁରୁ, ୩୦/୧୧: ଟୋୟୋଟା କିର୍ଲୋସ୍କର ଭାଇସ ଚେୟାରମ୍ୟାନ୍ ବିକ୍ରମ କିର୍ଲୋସ୍କରଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। କମ୍ପାନୀର ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା ଯାହାପରେ ତାଙ୍କୁ ସଙ୍ଗେ ସଙ୍ଗେ ବେଙ୍ଗାଲୁରୁ ମନିପାଲ୍ ହସ୍ପିଟାଲକୁ ନିଆଯାଇଥିଲା। ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା। କମ୍ପାନୀ ତରଫରୁ କୁହାଯାଇଛି ଏକ ବିବୃତ୍ତି ଜାରି କରାଯାଇ ବିକ୍ରମ କିର୍ଲୋସ୍କରଙ୍କ ଦେହାନ୍ତର ସୂଚନା ଦିଆଯିବାସହ ତାଙ୍କର ଅକାଳ ମୃତ୍ୟୁ ନେଇ ଦୁଃଖ ପ୍ରକାଶ କରାଯାଇଛି। କମ୍ପାନୀ ତରଫରୁ କୁହାଯାଇଛି ଯେ ବିକ୍ରମଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରନ୍ତୁ। ଏହା ସହ କମ୍ପାନୀ ପକ୍ଷରୁ ବିକ୍ରମଙ୍କ ବନ୍ଧୁ ଏବଂ ପରିବାରବର୍ଗଙ୍କୁ ଶୋକ ପ୍ରକାଶ କରିଛନ୍ତି। କିର୍ଲୋସ୍କର ପରିବାରରେ ତାଙ୍କ ପତ୍ନୀ ଏବଂ ଝିଅ ମାନସୀ ରହିଛନ୍ତି।

ବିକ୍ରମ କିର୍ଲୋସ୍କର ୧୮୮୮ରେ ଆରମ୍ଭ ହୋଇଥିବା କିର୍ଲୋସ୍କର ଗ୍ରୁପର ଚତୁର୍ଥ ପିଢ଼ୀ। କିର୍ଲୋସ୍କର ଗ୍ରୁପ୍ ପମ୍ପ୍‌, ଇଞ୍ଜିନ ଏବଂ କମ୍ପେ୍ରସର ଇତ୍ୟାଦି ନିର୍ମାଣ କରିଥାଏ। ବିକ୍ରମ କିର୍ଲୋସ୍କର ଏମଆଇଟିରୁ ମେକାନିକାଲ ଇଞ୍ଚିନିୟରିଂରେ ଗ୍ରାଜୁଏଟ୍‌ ହୋଇଥିଲେ। ସେ ୧୯୯୮ ରୁ ବେଙ୍ଗାଲୁରୁ ଟୋୟୋଟା କିର୍ଲୋସ୍କର ହେଡକ୍ବାର୍ଟରେ ଭାଇସ ଚେୟାରମ୍ୟାନ ଭାବରେ ରହିଆସିଛନ୍ତି। ପ୍ରକୃତରେ ବିକ୍ରମ କିର୍ଲୋସ୍କର ହିଁ ଜାପାନୀ ଅଟୋମେକର କମ୍ପାନୀ ଟୋୟୋଟାକୁ ଭାରତକୁ ଆଣିଥିଲେ ଭାରତକୁ। ବିକ୍ରମ ସିଆଇଆଇ ଏବଂ ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ ମ୍ୟାନୁଫାକଚରିଂର ସଭାପତି ଭାବେ ମଧ୍ୟ ରହିଥିଲେ। ଏହ ବ୍ୟତୀତ ସେ ଅଟୋମେଟିଭ୍ ରିସର୍ଚ୍ଚ ଆସୋସିଏସନ ଅଫ୍ ଇଣ୍ଡିଆ(ଏଆରଏଆଇ) ରେ ମଧ୍ୟ ଗରୁତ୍ବପୂର୍ଣ୍ଣ ପଦରେ ରହିଥିଲେ।

Spread the love