ମାଲବାହୀ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା : ୨ ମୃତ

ନୂଆପଡା : ଗତକାଲି ବିଳମ୍ବିତ ରାତ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ମୃତ ଏବଂ ଅନ୍ୟ ଦୁଇ ଗୁରୁତର ହୋଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟିଛି କୋମନା ଥାନା ତରବୋଡ କେନ୍ଦୁଲିଫ୍ ନିକଟରେ ଦୁଇଟି ମାଲବାହୀ ଟ୍ରକ୍ ଧକ୍କା ହୋଇ।ରିପୋର୍ଟ ଅନୁସାରେ, କୋମନା ଥାନା ତରବୋଡ କେନ୍ଦୁଲିଫ୍  ନିକଟ ଦେଇ ୩୫୩ ନମ୍ବର ଜାତୀୟ ରାଜପଥ ଯାଇଛି । ଏହି ରାସ୍ତାରେ ପ୍ରତିଦିନ ଶହଶହ ଗାଡିମଟର ଚଳାଚଳ କରେ । ତେବେ ଗତକାଲି ବିଳମ୍ବିତ ରାତ୍ରରେ ଜାତୀୟ ରାଜପଥରେ ଦୁଇଟି ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଏହା ଏତେ ଭୟଙ୍କର ଥିଲା ଯେ ଦୁଇ ଜଣ ପ୍ରାଣ ହରାଇଥିଲେ । ସେହିପରି ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଜାରି ରଖିଛି ।

Spread the love