କଟକରେ ଟ୍ରାଫିକ୍ କଟକଣା : ପଢନ୍ତୁ କେଉଁ ବାଟ ଦେଇ ଯିବ ଗାଡି ?

ଆଜି ବାଜିବ ହକି ବିଶ୍ୱକପ୍ ବିଗୁଲ୍ । ଉଦଘାଟନୀ କାର୍ଯ୍ୟକ୍ରମରେ ଦୁଲୁକିବ ଐତିହାସିକ ବାରବାଟୀ ଷ୍ଟାଡିୟମ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାରୋହକୁ ଉଦଘାଟନ କରିବେ । କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବିଶିଷ୍ଟ ଅତିଥି ଉପସ୍ଥିତ ରହିବେ । ଉଦଘାଟନୀ ଉତ୍ସବ ପାଇଁ ଆସିଛନ୍ତି ଦେଶର ଜଣାଶୁଣା ଅଭିନେତା, ଅଭିନେତ୍ରୀ ଓ କଣ୍ଠଶିଳ୍ପୀ । ଅପରାହ୍ନ ୨ଟାରୁ ଖୋଲିବ ଷ୍ଟାଡିୟମ୍ ଗେଟ୍, ୩ଟାରୁ ଉଦଘାଟନୀ ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଥିପାଇଁ ସଜେଇ ହୋଇଛି ବାରବାଟୀ ଷ୍ଟାଡିୟମ୍ ।

ମାତାମଠପଟୁ ଗଡଗଡ଼ିଆ ମହାଦେବ ମନ୍ଦିର ଅଭିମୁଖେ ଆସୁଥିବା ଗାଡି ବାଲିଯାତ୍ରା ତଳପଡ଼ିଆକୁ ଯିବ
– ଯେଉଁମାନେ ପାସ୍ ପାଇଛନ୍ତି ସେମାନେ ବାଉଁଶଗଡ଼ା ନିକଟରେ ପାର୍କିଂ କରିବେ
– ହାୱଡା ମୋଟର୍ସ ଛକ ଆଡୁ ଆସୁଥିବା ଗାଡି ଗିର୍ନାର ଛକରୁ ରିଂ ବନ୍ଧକୁ ଯାଇ ବାଲିଯାତ୍ରା ପଡିଆରେ ଗାଡି ରଖିବେ
– କେବଳ ଦୁଇ ଚକିଆ ଗାଡି ମୁଖ୍ୟ ବିଚାରପତିଙ୍କ ବଙ୍ଗଳା କଡରେ ଥିବା ରାସ୍ତାରେ ବାଲିଯାତ୍ରା ପଡିଆକୁ ଯିବ
– ବାଉଁଶ ଗଡା ପାଖରେ ଯେଉଁ ଗାଡି ଗୁଡିକ ପାସ ପାଇଥିବ ସେ ଗାଡି ଗୁଡିକ ଷ୍ଟାଡିୟମ ପାଖକୁ ଯାଇପାରିବ
– ବକ୍ସିବଜାର ଛକ ପରେ ଅଗ୍ନିଶମ କାର୍ଯ୍ୟାଳୟ ହୋଇ ରିଜର୍ଭ ଅଫିସ ମଧ୍ୟ ଦେଇ ଷ୍ଟାଡିୟମକୁ ଗାଡି ଯାଇପାରିବନି
– ବକ୍ସିବଜାର ଛକ ପାଖକୁ ଆସୁଥିବା ଗାଡି ଚଣ୍ଡୀଛକ, କନିକା ଛକ ଓ ବିଜୁ ପଟ୍ଟନାୟକ ଛକ ଦେଇ ତଳ ବାଲିଯାତ୍ରା ପଡିଆକୁ ଯିବ
– ସମାଜ ଅଫିସ ଛକଠାରୁ କୌଣସି ଗାଡି ନାରୀ ସେବା ସଦନ ଆଡକୁ ଆସିବ ନାହିଁ
– ଚଣ୍ଡି ଛକରୁ କୌଣସି ଗାଡି ସେଂଟ ଜୋସେଫ୍ ସ୍କୁଲ ହୋଇ ଷ୍ଟାଡିୟମ ଯିବନି
– କେବଳ ପାସ୍ ଥିବା ଗାଡି ଯାଇପାରିବ
– ବିଜୁ ପଟ୍ଟନାୟକ ଛକରୁ କୌଣସି ଗାଡି ଦୟାଶ୍ରମ ଅଭିମୁଖେ ଯିବନି
– ଏଠାକୁ ଆସୁଥିବା ଗାଡି ହରିଣ ପାର୍କ ହୋଇ ରିଂ ବନ୍ଧରେ ବାଲିଯାତ୍ରାର ତଳ ପଡିଆକୁ ଯିବ

Spread the love