ଫାଇନ ଦେଲେ ମିଳୁଛି ହେଲମେଟ୍

ନୂତନ ମୋଟର ଯାନ ଆଇନରେ ଅତିଷ୍ଟ ହୋଇପଡ଼ିଥିବା ଜନସାଧାଣଙ୍କୁ ମନାଇବାକୁ ଓଡ଼ିଶା ପୁଲିସ  ମନାଇବାକୁ ଚଷ୍ଟା କରୁଛି । ପ୍ରଥମେ ଫୁଲ ଓ ଚକୋଲେଟ ଦେଉଥିବାବେଳେ ଏବେ ହେଲମେଟ ଦେଉଛି । ଗୋଟିଏ ପଟେ ଭୁବନେଶ୍ୱରରେ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କଠାରୁ ଫାଇନ୍‌ ଦେଲେ ଫ୍ରିରେ ଗୋଟିଏ ହେଲମେଟ୍‌ ଦିଆଯାଉଛି । ସେପଟେ କଟକରେ ଲୋକଙ୍କୁ ଗୋଲାପ ଫୁଲ ଓ ଲିଫ୍‌ ଲେଟ୍‌ ବାଣ୍ଟି ସଚେତନତା ସୃଷ୍ଟି କରାଯାଉଛି । ଭୁବନେଶ୍ୱରରେ ଯେଉଁମାନେ ହେଲ୍‌ମେଟ୍‌ ନ ପିନ୍ଧି ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କଠାରୁ ଫାଇନ୍‌ ଆଦାୟ କରାଯାଉଛି । କିନ୍ତୁ ଏହା ବଦଳରେ ସଂପୃକ୍ତ ବ୍ୟକ୍ତିଙ୍କୁ ବିନା ମୂଲ୍ୟରେ ଏକ ହଳଦିଆ ରଙ୍ଗର ହେଲ୍‌ମେଟ୍‌ ଦିଆଯାଉଛି ।

ଏହା ଦ୍ୱାରା ଲୋକ ସଚେତନ ହେବେ ବୋଲି ଟ୍ରାଫିକ୍‌ ପୋଲିସ ଡିସିପି ସାଗରିକା ନାଥ କହିଛନ୍ତି । ବିପୁଳ ପରିମାଣରେ ଫାଇନ୍‌ ଆଦାୟ କରି ରାଜସ୍ୱ ବଢ଼ାଇବା ପାଇଁ ଟ୍ରାଫିକ୍‌ ନିୟମ କଡ଼ା କଡ଼ି କରାଯାଉ ନାହିଁ । ବରଂ ଦୁର୍ଘଟଣାକୁ ରୋକିବା ଓ ଲୋକଙ୍କୁ ସଚେତନ କରିବାକୁ ଏଭଳି କରାଯାଉଥିବା ଡିସିପି କହିଛନ୍ତି । ସେହିପରି କଟକରେ ଟ୍ରାଫିକ୍‌ ପୋଲିସ ଗୋଲାପ ଫୁଲ ଓ ଲିଫ୍‌ ଲେଟ୍‌ ବାଣ୍ଟି ସଚେତନତା ସୃଷ୍ଟି କରୁଛି । ଏହି ସଚେତନତା ଅଭିଯାନରେ ଅଭିନେତା ଓ ଅଭିନେତ୍ରୀମାନଙ୍କୁ ସାମିଲ କରାଯାଇଛି । ଯେଉଁମାନେ ଟ୍ରାଫିକ୍‌ ନିୟମ ମାନୁଛନ୍ତି ସେମାନଙ୍କୁ ଗୋଲାପ ଫୁଲ ଦିଆଯାଉଛି । ଟ୍ରାଫିକ୍‌ ନିୟମ ମାନିଲେ ଗୋଟିଏ ଭଲ ଭୁବନେଶ୍ୱର ଓ କଟକ ଗଢ଼ି ପାରିବା ବୋଲି ଡିସିପି ସାଗରିକା ନାଥ କହିଛନ୍ତି ।

Spread the love