ଘାଟିରେ ଖସିଲା ଭ୍ୟାନ୍, ୮ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

କେରଳ- ତାମିଲନାଡୁ ସୀମାରେ ଭୟଙ୍କର ଦୁର୍ଘଟଣା ଘଟିଛି । ସୂଚନା ମୁତାବକ, ଏଠିକାର ଥେନି ଜିଲ୍ଲାର କୁମିଲି ଇଲାକାରେ ଏକ ଭ୍ୟାନ୍ ଘାଟିରୁ ଖସିପଡିବାରୁ ୮ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଏହାସହ ଜଣେ ଶିଶୁ ସହ ଅନ୍ୟ ୨ ଜଣ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି । ଏହି ଭ୍ୟାନରେ ୧୦ଜଣ ଯାତ୍ରା କରୁଥିଲେ । ସମସ୍ତ ଶ୍ରଦ୍ଧାଳୁ ଥେନି-ଏଡିପେଟ୍ଟିର ବାସିନ୍ଦା । କୁମିଲି- କୁମ୍ବିନି ରାସ୍ତାରେ ପାନୀୟ ପାଣି ଯୋଗାଣ ପାଇଁ ପାଇପଲାଇନ୍ ଯାଇଛି । ଏଥିରେ ଧକ୍କ୍ା ଖାଇ ୪୦ ଫୁଟ୍ ଘାଇକୁ ଓଲଟିପଡିଥିଲା ଭ୍ୟାନ୍ ।

Spread the love