ପପୁ ପମପମଙ୍କ ସହ ଗୀତ ଗାଇଲେ ତ୍ରୈଲୋକ୍ୟ

ଭାଇରାଲ ବୟ ତ୍ରୈଲୋକ୍ୟ । ମୁଁ ପ୍ରଥମ ଶ୍ରେଣୀରେ ପଢୁଛି, ମୁଁ ଇସ୍କୁଲରେ ପଢୁଛି । ଏହି ଦୁଇପଦ କଥା ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା । ଏବେ ତ୍ରୈଲୋକ୍ୟ ହାସ୍ୟ ଅଭିନେତା ପପୁ ପମପମଙ୍କ ସହ ଗୀତ ଗାଇଛନ୍ତି । ମୁଁ ଗର୍ମେଣ୍ଟ ସ୍କୁଲ ପିଲା, ଲିଟିଲ୍ ଷ୍ଟାର ହେଇଛି ଗୀତରେ ଧୂମ୍ ମଚାଇଛନ୍ତି ଭାଇରାଲ ବୟ ।

ଏହି ଗୀତର ରେକର୍ଡିଂ ମଧ୍ୟ ସରିଯାଇଛି । କ୍ୟାସେଟ୍ ହେବା ପରେ ଏହା ଖୁବ୍ ଶୀଘ୍ର ମୁକ୍ତିଲାଭ କରିବ । ଏହାପୂର୍ବରୁ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ମଧ୍ୟ ତ୍ରୈଲୋକ୍ୟଙ୍କୁ ନେଇ ଗୀତ ଗାଇ ସାରିଛନ୍ତି ।

ସୂଚନାଯୋଗ୍ୟ, ବାଲିପାଟଣା ବ୍ଲକ ଆମେଣକୁଦ ପ୍ରାଥମିକ ବିଦ୍ୟାଳୟର ଛାତ୍ର ହେଉଛନ୍ତି ତ୍ରୈଲୋକ୍ୟ । ସେ ସ୍କୁଲ ଘୁଞ୍ଚିବା ନିଷ୍ପତ୍ତିକୁ ବିରୋଧ କରି ୨ ପଦ କଥା କହିଥିଲେ । ଯାହା ଖୁବ୍ ଭାଇରାଲ ହୋଇଥିଲା । ଏହାକୁ ନେଇ ସୋସିଆଲ ମିଡିଆ ୟୁଜରମାନେ ରିଆକ୍ସନ ଦେଇଥିଲେ । ତାଙ୍କର ସେଇ ୨ ପଦକୁ ନେଇ ଆହୁରି ମଧ୍ୟ କିଛି ଗୀତ ରିଲିଜ ହୋଇଛି ।

Spread the love